logo

ସତ୍ୟନାରାୟଣ ବିଦ୍ୟାପୀଠରେ ୪୧ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ।


ସତ୍ୟନାରାୟଣ ବିଦ୍ୟାପୀଠରେ ୪୧ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ

କେନ୍ଦୁଝର,ତା୧୮/୧୨- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଠାରେ ଥିବା ବହୁ ପୁରାତନ ସତ୍ୟନାରାୟଣ ବିଦ୍ୟାପୀଠ ଖେଳ ପଡିଆରେ ୪୧ତମ ବାର୍ଷିକ କ୍ରୀଡାର ଶୁଭ ଉଦଘାଟନୀ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଖଇର ନାୟକ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ, ସମ୍ମାନୀତ ଅତିଥିଭାବେ ସମାଜସେବୀ ପୀତବାସ ପଟ୍ଟନାୟକ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ସୂର୍ଣ୍ଣମଞ୍ଜରି ସାହୁ। ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷୟିତ୍ରୀ ଦୀପlଞ୍ଜଳି ସେଠୀ, ଖେଳକୁ ପରିଚାଳନା କରିଥିଲେ ଖେଳ ଶିକ୍ଷକ ପ୍ରସନ୍ନ ମହାନ୍ତି। ପ୍ରଥମେ ବିଶ୍ଵନାଥ ଶିବ ମନ୍ଦିରରୁ ଛାତ୍ରମାନେ ମଶାଲ ଆଣିବା ସହିତ ସେଠାରେ ପୂଜାର୍ଚ୍ଚନା କରିଥିଲେ। ପରେ ପରେ ମଞ୍ଚରେ ମା' ତାରିଣୀଙ୍କ ଫଟୋ ଚିତ୍ରରେ ଅତିଥି ଧୂପ ଦୀପ ପ୍ରଜ୍ବଳନ କରିଥିଲେ। ପରେ ପରେ ଖେଳ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ଖେଳାଇଥିଲେ। ଆଜିର ଏହି ବାର୍ଷିକ କ୍ରୀଡାରେ ବିଦ୍ୟାଳୟର କମଳାକାନ୍ତ ମହାନ୍ତ,ରଞ୍ଜିତା ମୁର୍ମୁ, ବନଲତା ଚାନ୍ଦ,ଜଗମୋହନ ମହାନ୍ତ,ଲମ୍ବୋଦର ନାୟକ, ଦୀନବନ୍ଧୁ ପଣ୍ଡା,ମଦନ ମୋହନ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ। ନିମନ୍ତ୍ରିତ ଅତିଥିମାନେ ଖେଳର ଉପକାରିତା ଓ ମହତ୍ତ୍ଵ ଉପରେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

14
602 views