କିଡ଼ସ ପବ୍ଲିକ ସ୍କୁଲରେ ବିଜ୍ଞାନ ପଦର୍ଶନୀ ମେଳା।
କିଡ଼ସ ପବ୍ଲିକ ସ୍କୁଲରେ ବିଜ୍ଞାନ ପଦର୍ଶନୀ ମେଳା। କେନ୍ଦୁଝର, ତା୧୮/୧୨- କେନ୍ଦୁଝର ଷ୍ଟେସନ ରୋଡ ସ୍ଥିତ କିଡ଼ସ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ପଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଉନ୍ନୟନ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କପିଳ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ଓ ଶ୍ରୀଯୁକ୍ତ କପିଳ ଚନ୍ଦ୍ର ମିଶ୍ର ଦୀପ ପ୍ରଜ୍ବଳନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଆଚାର୍ଯ୍ୟ ବିଜ୍ଞାନ ମେଳା ପ୍ରଦର୍ଶନୀର ସ୍ୱାଗତ ଭାଷଣ ଦେଇ ପିଲାମାନଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ପରବର୍ତ୍ତୀ ସମୟରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ କପିଳ ଚନ୍ଦ୍ର ମିଶ୍ର ବିଜ୍ଞାନ ପ୍ରଦର୍ଶନୀର ଉପାଦେୟତା ସମ୍ପର୍କରେ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । ବିଜ୍ଞାନ ମେଳାର ମୁଖ୍ୟ ବିଚାରକ ଭାବେ ଡିଗ୍ରୀ କଲେଜର ବିଜ୍ଞାନ ଅଧ୍ଯକ୍ଷ ଡ. ମାନସ ରଞ୍ଜନ ମହାନ୍ତ,ବୈଜ୍ଞାନିକ ଡ଼. ମୋନିକା ରାୟ ଯୋଗ ଦେଇଥିଲେ । ଜିଲ୍ଲାର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ପିଲାମାନେ ବିଜ୍ଞାନ ମେଳା ଦେଖିବାପାଇଁ ଆସିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗଣେଶ୍ୱର ବାରିକ , ଅଭିପ୍ସା ପଣ୍ଡା , ସୁନୀଲ ରାଜ , ଭରତ ଭୂଷଣ ଗିରି ବିଶାଳ ଚୌଡା ଓ ଅନ୍ୟ ଶିକ୍ଷକମାନେ ମୁଖ୍ୟ ବିଚାରକଙ୍କୁ ସାହାଯ୍ୟ କରିଥିଲେ । ଶେଷରେ ପିଲାମାନଙ୍କୁ ଉଦଯାପନୀ ଅଭିଭାଷଣ ଦେଇ କିଡ଼ସ ପବ୍ଲିକ ସ୍କୁଲର ଉପଦେଷ୍ଠା ଶ୍ରୀଯୁକ୍ତ ହିମାଂଶୁ ଶେଖର ଘଡେଇ ବିଜ୍ଞାନମେଳାକୁ ଉଦଯାପନ କରିଥିଲେ।ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।