logo

ଧୁମ୍ ଧାମରେ ପାଳନ ହେଲା ମା ମଙ୍ଗଳା ଙ୍କ ଓଷା ନିଆଁରେ ଚାଲିଲେ ଦାସି।

ଧୁମ୍ ଧାମରେ ପାଳନ ହେଲା ମା ମଙ୍ଗଳା ଙ୍କ ଓଷା ନିଆଁରେ ଚାଲିଲେ ଦାସି।

ହରିଚନ୍ଦନପୁର: ୧୮/୧୨- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିତ୍ୟାନନ୍ଦପୁର ଏଠାରେ ବାର ମାସରେ ତେର ପର୍ବ, ସମସ୍ତେ ପ୍ରକୃତି ଉପାସକ ବିଭିନ୍ନ ନିଜସ୍ଵ ପୂଜା ପଦ୍ଧତିରେ ପୂଜା ପର୍ବାଣୀ ପାଳନ କରି ଆସୁଛନ୍ତି।ତେବେ ହରିଚନ୍ଦନପୁର ଜୁଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିତ୍ୟାନନ୍ଦ ପୁର ଗ୍ରାମରେ ପାଳିତ ହୋଇଛି। ମା ମଙ୍ଗଳା ଙ୍କ ଓଷା ଆବାହମାନ କାଳରୁ ଧାନ କଟା ସରିଲା ପରେ ମା ମଙ୍ଗଳା ଙ୍କ ଓଷା ପାଳିତ ହୋଇଆସୁଛି। ଅତି ନିଷ୍ଠାର ସହ ଏହି ମଙ୍ଗଳା ପୂଜା ଓଷା ପାଳିତ ହୋଇଥିଲା। ସେଥି ପାଇଁ ଭକ୍ତମାନେ ଠାକୁରଙ୍କ ପାଖରେ ନଡ଼ିଆ, କଦଳୀ, ସେଓ, ଅଙ୍ଗୁର, ଡାଳିମ୍ବ, କୁକୁଡ଼ା , ବୋଦା, ଓ ଅନ୍ୟାନ୍ୟ ଭୋଗ ଅର୍ପଣ କରି ମାନସିକ କରିଥାନ୍ତି। ୨ ଦିନ ଧରି ଏହି ନିତ୍ୟାନନ୍ଦ ପୁର ଗ୍ରାମରେ ନାଚଗୀତ ଅନୁଷ୍ଠିତ ହୋଇଥାଏ, ବହୁତ ଦୂରଦୂରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସି ଏହି ମଙ୍ଗଳା ଓଷାରେ ଯୋଗ ଦେଇଥାନ୍ତି, ମାନସିକ କରିଥିବା ଭକ୍ତମାନେ ଆସି ନିଆଁରେ ଚାଲିଥାନ୍ତି, କଣ୍ଟା ପିଢା ରେ ବସିବା, କଣ୍ଟା ଦୋଳି ଖେଳିବା, କରଡ଼ା ଦଉଡ଼ିରେ କାଳଷୀଙ୍କୁ ପ୍ରହାର କରିବା,ଏହି ଓଷା ରେ ୧୦୦୦ ରୁ ଅଧିକ ଲୋକଙ୍କ ସମାଗମ ହେଇଥିବ ବେଳେ ଏହାକୁ ପୂଜକ ଦାମଦର ଘଣା, ସନ୍ତୋଷ ଘଣା, ଦୟାନିଧି ଘଣା, ଅଯଧ୍ୟା ଘଣା, ଧୀର ଘଣା, ପଦ୍ମଲାଭ ଘଣା, ବ୍ରହ୍ମା ଘଣା, ମହି ଘଣା, ପପୁ ଘଣା, ବଙ୍ଗାଳି ଘଣା ଓଷା କୁ ସୁରୁଖୁରୁ ରେ ପାଳିଚଳନା କରିଥିଲେ। ଆଗାମୀ ଦିନରେ ଏହି ଓଷା କୁ ଆହୁରି ଅଧିକ ଆକର୍ଷଣୀୟ ଓ ବହୁତ ସୁନ୍ଦର କରିବେ ବୋଲି ଉକ୍ତ ପଞ୍ଚାୟତ ବାସିନ୍ଦା ତଥା ନିତ୍ୟାନନ୍ଦ ପୁର ଗ୍ରାମବାସୀମାନେ ସୂଚନା ଦେଇଛନ୍ତି।

ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।

26
952 views