logo

ସିଟିଜି ଏକ୍ସପୋ ସମାରୋହ।

ସିଟିଜି ଏକ୍ସପୋ ସମାରୋହ।

କେନ୍ଦୁଝର: ୧୮।୧୨ ସିଟିଜିର ପ୍ରତିଷ୍ଠାତା ରୋଟାରିଆନ ଡକ୍ଟର ରାଜେନ୍ଦ୍ର ପଲେଇଙ୍କ ତତ୍ତ୍ୱାବଧାନରେ ସିଟିଜି ଗ୍ଲୋବାଲ ସ୍କୁଲ ଓ ସିଟିଜି ବିଦ୍ୟା ମନ୍ଦିର ପକ୍ଷରୁ ସିଟିଜି ସମ୍ମିଳନୀ କକ୍ଷରେ ସିଟିଜି ଏକ୍ସପୋ–୨୦୨୫ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଡକ୍ଟର ପୂଜା ଅର୍ଚ୍ଚନା ମିଶ୍ର,ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ମନ୍ଦାକିନୀ ପ୍ରଧାନ ଓ ବାଣିଜ୍ୟ ବିଭାଗର ସହକାରୀ ପ୍ରଫେସର ରଞ୍ଜିତ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ସିଟିଜି ସ୍କୁଲର ଅଧ୍ୟକ୍ଷ କେ. ସି. ମହାନ୍ତି ଅତିଥିମାନଙ୍କୁ ସମ୍ମାନୀତ କରି ସ୍ନେହପୂର୍ଣ୍ଣ କୃତଜ୍ଞତା ଜଣାଇଥିଲେ। ଅତିଥିମାନେ ଜୁନିଅର ସିଟିଜିଆନଙ୍କୁ ପ୍ରେରଣା ଦେଇ ଛାତ୍ରଛାତ୍ରୀମାନେ ତାଙ୍କର ପ୍ରୟୋଗଗୁଡ଼ିକୁ ଅତ୍ୟନ୍ତ ଭଲ ଓ ସୁନ୍ଦର ଭାବରେ ପ୍ରଦର୍ଶନ କରିଛନ୍ତି ଏବଂ ଜୁନିଅର ସିଟିଜିଆନ ମାନଙ୍କର ନବୀନତା, ସୃଜନଶୀଳତା ଓ ପ୍ରତିଭା ଏହି ପ୍ରଦର୍ଶନୀ କୁ ଅତ୍ୟନ୍ତ ଆକର୍ଷଣୀୟ ଓ ସ୍ମରଣୀୟ କରିବା ସହ ସେମାନେ ଆଗାମୀ ଦିନର ମାଇଲ୍‌ଷ୍ଟୋନ୍ ଭାବେ ଉଦୟମାନ ବୋଲି କହିଥିଲେ ।ଅଭିଭାବକମାନେ ନିଜ ଶିଶୁମାନଙ୍କର କାର୍ଯ୍ୟଦକ୍ଷତା ଦେଖି ଖୁସି ପ୍ରକାଶ କରିଥିଲେ ଏବଂ ସେମାନେ ନିଜ ଶିଶୁମାନଙ୍କୁ ସିଟିଜି ରେ ପଢ଼ିବାକୁ ପଠାଇଥିବାରୁ ଗର୍ବିତ।ସିଟିଜି ରେ ପଢ଼ି ସେମାନଙ୍କ ଶିଶୁମାନେ ନୂଆ ଜ୍ଞାନ ଓ ଅନୁଭବ ହାସଲ କରୁଛନ୍ତି ବୋଲି କହିଥିଲେ। ସମାରୋହକୁ ସଫଳ କରିବାରେ ସିଇଓ ଶୁଭଶ୍ରୀ ଦାସ ଓ ନିର୍ଦ୍ଦେଶକ ପି. ନିକିତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ସଠିକ୍ ମାର୍ଗଦର୍ଶନ ଓ ଅବିରତ ସହଯୋଗ ଦେବାରେ ମେଣ୍ଟର ଲିପ୍ସା, ରଜନୀ, କୁନ୍ତଳା, ମଧୁସ୍ମିତା, ତପସ୍ୱିନୀ, ସସ୍ମିତା ଓ ସୁଭ୍ରା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

22
896 views