logo

୨୦ ଖଣ୍ଡ ଆକାଶିଆ ଗଣ୍ଡି ଜବଦ କଲା ବନବିଭାଗ।

୨୦ ଖଣ୍ଡ ଆକାଶିଆ ଗଣ୍ଡି ଜବଦ କଲା ବନବିଭାଗ।

ପାଟଣା- ପାଟଣା ବନାଞ୍ଚଳ ପାଟଣା ବନକ୍ଷେତ୍ର ର ମଲ୍ଲୀପଶି ବିଟ ଅନ୍ତର୍ଗତ ଚିନମାଳିପଶି ଗ୍ରାମ୍ୟ ଜଙ୍ଗଲ ରୁ ଆଜି ସନ୍ଧ୍ୟା ରେ ୨୦ ଟି ଆକାଶିଆ ଗଣ୍ଡି ଜବତ କରିଛି ବନବିଭାଗ। କାଠ ମାଫିଆ ମାନେ ଗଛ ଗୁଡିକ କାଟି ପକାଇ ଥିବା କୌଣସି ସୂତ୍ରରୁ ଖବର ପାଇ ବନପାଳ ନିରଞ୍ଜନ ସେଠୀ ସଦଳ ବଳେ ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ। କାଠ ମାଫିଆ ମାନେ ଅନ୍ଧାର ସୁଯୋଗ ନେଇ ଫେରାର ହୋଇ ଯାଇଥିବା ବେଳେ କାଠ ଗଣ୍ଡି ଗୁଡିକୁ ଜବତ କରି ବନାଞ୍ଚଳ କାର୍ଯ୍ୟାଳୟ କୁ ଆଣିଥିଲେ। ଏହାର ଆନୁମାନିକ ମୂଲ୍ୟ ପଚାଶ ହଜାର ଟଙ୍କା ପାଖାପାଖି ହେବ ବୋଲି ବନପାଳ ସୂଚନା ଦେଇଛନ୍ତି।ଏହି ଚଢ଼ାଉ ରେ ବନପାଳ ନିରଞ୍ଜନ ସେଠୀ , ବନପାଳ ନଗେନ୍ଦ୍ର ଜେନା, ବନରକ୍ଷୀ ହୃଦାନନ୍ଦ ମହାନ୍ତି, ବନରକ୍ଷୀ ଦୀପକ ସ୍ୱାଇଁ, ପରା ସ୍କ୍ୱାଡ଼ ସଞ୍ଜୟ ମହାନ୍ତ, ଭାସ୍କର ନାଏକ, କାର୍ତିକ ମହାନ୍ତ, ଉମେଶ ମହାନ୍ତ, ଅଟଳ ସେଠୀ ପ୍ରମୁଖ ଚଢ଼ାଉ ରେ ସାମିଲ ଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

25
1092 views