logo

ବରିଷ୍ଠ ଭୂତପୁର୍ବ ସୈନୀକଙ୍କ ଅକାଳ ବିୟୋଗ

ଖୋର୍ଦ୍ଧା,୧୮.୧୨.୨୫(ଏ. ଆଇ.ଏମ.ଏ) :ଖୋର୍ଦ୍ଧା ଜ଼ିଲ୍ଲା ଜଙ୍କିଆ ସ୍ଥିତ କଳିଙ୍ଗ ଭେଟରାନ ଆସୋସିଏସନ ର ବରିଷ୍ଠ ସଦସ୍ୟ ଭେଟରାନ ରବୀନ୍ଦ୍ର କୁମାର ରାଉତରାୟଙ୍କର ୬୪ ବର୍ଷ ବୟସରେ ଆଜି ସକାଳ ଆଠ ଘଣ୍ଟିକା ସମୟରେ କଟକ ବଡ ମେଡିକାଲରେ ହୃଦଘାତରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ। ସେ ଭାରତୀୟ ସେନାର କୋର ଅଫ ଅର୍ଟିଲାରୀରେ ପନ୍ଦର ବର୍ଷ ଭାରତ ମାତାର ସେବା କରି ସେବା ନିବୃତ ହୋଇ ଆସିଥିଲେ ଓ ଅବସର ପରେ ସେ ଓଡ଼ିଶା ପୁଲିସ ରେ ଯୋଗ ଦେଇ ନିଜର ଦ୍ଵିତୀୟ କ୍ୟାରିଅର ଆରମ୍ଭ କରି ୨୦୨୦ ରେ ସେଥିରୁ ସେବା ନିବୃତ ହୋଇ ପରବର୍ତ୍ତୀ ଜୀବନ ସମାଜ ସେବାରେ ନିୟୋଜିତ କରିଥିଲେ । ଯୁବକ ସମୟରୁ ସେ ଜଣେ ଭଲ ଫୁଟବଲ୍ ଖେଳାଳି ଥିଲେ ଓ ଖେଳକୁ ବହୁତ୍ ଭଲ ପାଉଥିଲେ । ଅଦ୍ୟାବଧି ସଖାସଂଘ୍ କ୍ରୀଡା ସାଂସଦର ଜଣେ ସକ୍ରିୟ ସଦସ୍ୟ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ କଳିଙ୍ଗ ଭେଟରାନ୍ସ ଆସୋସିଆନର ସଭାପତି ସୁବେଦାର ମେଜର ବିଜୟ କୁମାର ବଳିଆରସିଂହ, ଯୁଗ୍ମ ସମ୍ପାଦକ ୱାରେଣ୍ଟ ଅଫିସର ବିପିନ ବିହାରି ମାନସିଂହ, ଭେଟେରାନ ୱାରେଣ୍ଟ ଅଫିସର ମହେଶ୍ୱର ବେହେରା, ଭେଟରାନ ୱାରେଣ୍ଟ ଅଫିସର ହରିବନ୍ଧୁ ସିଂହ ଙ୍କ ସମେତ ଆସୋସିଏସନର ଶତାଧିକ ସୈନିକ ତାଙ୍କ ନିରାକାରପୁର ସ୍ଥିତ ବାସ ଭବନରେ ଏକତ୍ରିତ ହୋଇ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ଜାତୀୟ ପତାକାରେ ମର ଶରୀରକୁ ଘୋଡାଇ ଶେଷ ଦର୍ଶନ କରିଥିଲେ। ଭେଟରାନ୍ ମାନେ ଭାରତ ମାତାର ନାରା ଦେଇ ଶୋକାକୁଳ ପରିବେଶକୁ ସ୍ତବ୍ଧ କରିଦେଇଥିଲେ।

48
1375 views