logo

*ଜାଡ଼ରେ ଥରୁଛି କୋରାପୁଟ, ୩ଡିଗ୍ରୀ ତଳେ ପାରଦ*


ଦାମନଯୋଡି: କୋରାପୁଟ ଜିଲ୍ଲା ଏବେ ଶୀତରେ କବଳିତ । ହାଡ଼ଭଙ୍ଗା ଶୀତ ସାଙ୍ଗକୁ କୁହୁଡ଼ି ଓ ସ୍ଥାନେ ସ୍ଥାନେ ତୁଷାରପାତ ଦେଖିବାକୁ ମିଳୁଛି । ପ୍ରବଳ ଜାଡ଼ରେ ଥରୁଛି ସମଗ୍ର କୋରାପୁଟ ଜିଲ୍ଲା । ବିଗତ ଦଶ ଦିନଠାରୁ ଅଧିକ ଦିନ ହେଲା ଜିଲ୍ଲାର ଅଧିକାଂଶ ଅଞ୍ଚଳ ର ପାରଦ ୫ଡିଗ୍ରୀ ତଳେ ରହୁଥିବା ବେଳେ ଆଜି ଦାମନଯୋଡିରେ ସର୍ବନିମ୍ନ ତାପମାତ୍ରା ୨.୯ ଡିଗ୍ରୀ ରେକର୍ଡ଼ କରାଯାଇଥିଲା । ସନ୍ଧ୍ୟା ୫ ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ଶୀତ ର ପ୍ରକୋପ ରହୁଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହେଉଥିବାର ଦେଖିବାକୁ ମିଳୁଛି । ସନ୍ଧ୍ୟା ପରେ ଅତ୍ୟାବଶ୍ୟକ କାମ ନଥିଲେ ଲୋକେ ତାଟି କବାଟ ବନ୍ଦ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ସକାଳୁ କେହି କେହି ଚା ପିଇ ଶୀତ ର ମଜା ନେଉଛନ୍ତି ତ ଆଉ କେହି ନିଆଁ ଜାଳି ଜାଡ ରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି । ଆଉ କେହି କେହି ଖଟି କରି ଚଳିତ ବର୍ଷ ଶୀତ ଉପରେ ଚର୍ଚ୍ଚା କରୁଛନ୍ତି । ତେବେ ଏଭଳି ଶୀତ ଆହୁରି କିଛି ଦିନ ବଳବତ୍ତର ରହିବ ବୋଲି ସୂଚନା ମିଳିଛି ।

24
1057 views