logo

କମଳାକାନ୍ତ ହେ ଶ୍ରୀ ଜଗନ୍ନାଥ - ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ଦ୍ଵାରା ରଚିତ କବିତା।

କମଳାକାନ୍ତ ହେ ଶ୍ରୀ ଜଗନ୍ନାଥ 🙏

ଭକତ ପ୍ରେମରେ ବନ୍ଧା ତୁମେ ପ୍ରଭୁ
କମଳାକାନ୍ତ ହେ ଜଗତନାଥ 🙏
ଭବଜଳେ ପ୍ରାଣୀ ଭାସିଗଲା ବେଳେ
ଧରିଥାଅ ହସ୍ତ ହେ ଜଗନ୍ନାଥ 🙏

ଭକତ ଆଖିରୁ ଲୁହଝରିଗଲେ
ତୁମ ନୟନରୁ ଝରେ ଲହୁ
ଭକତ ପାଇଁଁ କି ଏହି ଧରାଧାମେ
ଯନ୍ତ୍ରଣା ଲଭିଛ ବହୁ।

ତ୍ରେତୟା ଯୁଗରେ ରାମ ଅବତାରେ
ରାବଣକୁ ବଧ କଲ
ଦ୍ଵାପର ଯୁଗରେ କୃଷ୍ଣ ଅବତାରେ
କଂସା ସୁରକୁ ମାରିଲ।

ଯୁଗେ ଯୁଗେ ତୁମେ ଭକତ ବେଦନା
ସହି ନପାରିଛ ହରି
ମର୍ତ୍ତେଜନ୍ମ ନେଇ ଦୁଃଖ କଷ୍ଟ ସହି
ଭକତ ଉଦ୍ଧାର କରି।

ଏତେବଡ଼ ଏହି ବିଶାଳ ସଂସାରେ
ତୁମେ ହିଁ ଏକ କରତା
ତୁମରି ନିର୍ଦ୍ଦେଶେ ସାରା ସୃଷ୍ଟି ଚଳେ
ଧନ୍ୟ ହେ ତୁମେ ବିଧାତା 🙏

ମୁହିଁ ଦୀନ ହୀନା ଅକିଞ୍ଚନ ଅଟେ
ତୁମେ ପରା କୃପାସିନ୍ଧୁ
ହୃଦୟେ ମୋହର ଦିଅ ଦିବ୍ୟଜ୍ଞାନ
ପାରି ହୁଏ ଭବ ସିନ୍ଧୁ 🙏

ଜୟ ଜଗନ୍ନାଥ 🙏
ପୁଷ୍ପାଞ୍ଜଳି ଆଚାର୍ଯ୍ୟ
ପୁରୁଣା ବଜାର, କେନ୍ଦୁଝର
ମୋବାଇଲ: 87631 58585

14
740 views