
ଜେଜେବାପା ଓ ଜେଜେମାଆ ସମ୍ମିଳନୀ ଅନୁଷ୍ଠିତ, ମାଥାଲପୁଟ, ଦାମନଯୋଡି,କୋରାପୁଟ, ଓଡିଶା,ତା୧୪/୧୨/୨୫(ରବିବାର)
ଜେଜେବାପା ଓ ଜେଜେମାଆ ସମ୍ମିଳନୀ
ଦାମନଯୋଡି:-୧୪/୧୨ ମାଥାଲପୁଟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଜେଜେବାପା ଓ ଜେଜେମାଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଜେଜେ ଦୂତୀକୃଷ୍ଣ ସରବ୍ ମୁଖ୍ଯ ଅତିଥି ହିସାବରେ ଯୋଗଦାନ କରିଥିଲେ ।ପୂର୍ବତନ ପ୍ରଧାନ ଆଚାର୍ଯ୍ଯା ପ୍ରତିଭା ପାଢୀ ମୁଖ୍ଯ ବକ୍ତା ଥିଲେ ।ପ୍ରଧାନ ଆଚାର୍ଯ୍ଯ ଜଗନ୍ନାଥ ବିଷୋୟୀ,ସଭାପତି ସଦାନନ୍ଦ ସାହୁ, ସଂପାଦକ ଆକୁଳ ଚରଣ ଜେନା,ଯୁଗ୍ମ ସଂପାଦକ ଶ୍ଯାମସୁନ୍ଦର ବରାଳ,କୋଷାଧ୍ୟକ୍ଷ ଡଃ ଅଶୋକ କୁମାର ମହାନ୍ତି,ସଦସ୍ଯା ସୁମିତ୍ରା ସୁତାର, ରୀନା ନାୟକ ଓ ଶିକ୍ଷାବିତ୍ ଧନେଶ୍ଵର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।ଆଚାର୍ଯ୍ଯା ଲକ୍ଷ୍ମୀପ୍ରିୟା ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।କଲ୍ଯାଣୀ ସାହୁ ଉଦ୍ଦେଶ୍ଯ ଉପସ୍ଥାପନ କରିଥିଲେ ।ଭାରତୀୟ ପାରିବାରିକ ସଂସ୍କୃତିରେ କିପରି ଜେଜେବାପା ଓ ଜେଜେମାଆଙ୍କର ପରିବାର ଓ ନାତିନାତୁଣୀମାନଙ୍କ ପ୍ରତି ଦାୟୀତ୍ବ ବୋଧ ଥିଲା ।ସେ ବିଷୟରେ ବକ୍ତାମାନେ ଦୃଷ୍ଟି ଆକର୍ଷଣ କରିଥିଲେ ।ସମବେତ ଜେଜେବାପା ଓ ଜେଜେମାଆମାନେ ସେମାନଙ୍କର ପିଲାଦିନ ଓ ଆଜିର ସମାଜରେ ସେମାନଙ୍କର ସ୍ଥାନ ସଂପର୍କରେ ନିଛକ ସତ୍ୟକୁ ଉପସ୍ଥାପନ କରିଥିଲେ ।ଋତୁପର୍ଣ୍ଣା ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ଶେଷରେ ଶ୍ରୀକାନ୍ତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।ସମସ୍ତ ଗୁରୁଜୀ ଓ ଗୁରୁମାମାନେ ସାହାଯ୍ଯ ଓ ସହଯୋଗ କରିଥିଲେ ।