logo

ତୁରୁମୁଙ୍ଗା ରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ।

ତୁରୁମୁଙ୍ଗା ରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ।

ପାଟଣା ୧୫/୧୨ ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ମାତୃଭାରତୀର ସଭାପତି ସଂଘମିତ୍ରା ସାହୁ ,ମୁଖ୍ୟ ବକ୍ତା ଭାବେ ଗାୟତ୍ରୀ ପରିବାର ସଦସ୍ୟା ସନ୍ଧ୍ୟାରାଣୀ ସାହୁ ,ସମ୍ମାନୀତ ଅତିଥି ପୂର୍ବ ପରିଚାଳନା ସମିତିର ସହ ସମ୍ପାଦିକା କୁନ୍ତଳା କୁମାରୀ ମହାନ୍ତ ଯୋଗ ଦେଇଥିଲେ । ଭାଗବତ ଗୀତାର ଦଶମ ଅଧ୍ୟାୟ ୩୪ନମ୍ବର ଶ୍ଲୋକର ଥିବା ନାରୀମାନଙ୍କର ୭ଟି ଗୁଣ କୀର୍ତ୍ତି, ଶ୍ରୀ, ବାଣୀ, ସ୍ମୃତି, ମେଧା, ଧୃତି,କ୍ଷମାର ବିକାଶ ଉପରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ ।ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ଦେବକୀ ମହାନ୍ତ ସଭାପତିତ୍ୱ କରିବା ସହ ସପ୍ତଶକ୍ତି ସଙ୍ଗମର ଉଦ୍ଦେଶ୍ୟ ବିବରଣୀ ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ପଦ୍ମାଳୟା ମିଶ୍ର ଅତିଥିଙ୍କ ପରିଚୟ ରଖିଥିବା ବେଳେ ବିଦ୍ୟାଳୟର ଆଚାର୍ଯ୍ୟା ସଂଯୁକ୍ତା ପ୍ରହରାଜ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସମସ୍ତ ଗୁରୁଜୀ,ଗୁରୁମା ,ସେବକ ,ସେବିକା ଓ ମାତୃଭାରତୀର ମାଆ ମାନେ ସହଯୋଗ କରିଥିଲେ ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ, ମୋବାଇଲ: 94392 11178

35
900 views