logo

ପାଠପଢା ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା।

ପାଠପଢା ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା।

କେନ୍ଦୁଝର - କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଳକ୍ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତ ଅଧୀନ କାବେରୀପଶି ଗ୍ରାମରୁ ।ବାପ, ମା’ ଛେଉଣ୍ଡ ଝିଅ ଲଳିତା ମହାନ୍ତ ବେସାହାରା ହୋଇ ସଂଘର୍ଷ କରୁଥିବା ବେଳେ ସରକାରୀ ସାହାଯ୍ୟ ଆଶାରେ ରହିଛନ୍ତି ।

କାବେରୀପଶି ଗାଁରେ ଜଳଧର ମହାନ୍ତର ଘର।‌ ସ୍ତ୍ରୀ ଓ ଝିଅ ଙ୍କୁ ନେଇ ପରିବାର। ପୂର୍ବରୁ ସ୍ତ୍ରୀ ଗୀତା 2009ମସିହାରେ ଟିବି ରୋଗ ରେଆର ପାରିକି ଚାଲିଯାଇଥିଲେ । ଜଳଧରଙ୍କର ଝିଅ ଲଳିତାକୁ ନେଇ ଦୁଃଖ ସୁଖରେ ସଂସାର ଚାଲୁଥିଲା । ରୋଗରେ ପଡି ୨୦୧୩ରେ ଜଳଧର ଦେହାନ୍ତ ହୋଇଗଲା। ଏବେ ଲଳିତା ଘରେ ଏକାଟିଆ। ତାର ଦେଖାଶୁଣା କରୁଛନ୍ତି ବୁଢୀମା ଓ ବୁଢା ବାପା । ରୋଜଗାର ସେମାନଙ୍କ କିଛି ନାହିଁ। ସରକାର ତରଫରୁ ମିଳୁଥିବା ଭତ୍ତାକୁ ନିର୍ଭରଶୀଳ । ଦୁଃଖ କଷ୍ଟରେ ପରିବାର ପାଳନ୍ତି। ମା ଗୀତାର ମୃତ୍ୟୁ ବେଳକୁ ଲଳିତାକୁ ୧ ବର୍ଷ ହୋଇଥିଲା। ।

ସେତେବେଳେ ସେମାନେ କୌଣସି ସରକାରୀ ସାହାଯ୍ୟ ପାଇନଥିବା ବେଳେ ଏପର୍ଯ୍ୟନ୍ତ ତାହା ସମ୍ଭବ ହୋଇପାରି ନାହିଁ । ପରିବାରର ମୁଖ୍ୟ ରୋଜଗାର କରୁଥିବା ସଭ୍ୟଙ୍କ ମୃତ୍ୟୁରେ ମଧ୍ୟ ଜୀବିକା ନିର୍ବାହ ପାଇଁ ସରକାରୀ ସାହାଯ୍ୟ କିଛି ମିଳିଲା ନାହିଁ। ଜାତୀୟ ପରିବାର କଲ୍ୟାଣ ଯୋଜନାର ଅର୍ଥ ମିଳିଲା ନାହିଁ, ଆଶୀର୍ବାଦ ଯୋଜନାର ଆଶୀର୍ବାଦ ପ୍ରାପ୍ତ ହେଲା ନାହିଁ। କେବଳ ଚାଉଳ ୧୫ କିଲୋଗ୍ରାମ ମିଳୁଛି। ଏହାକୁ ନେଇ ତିନିପ୍ରାଣୀ ଚଳନ୍ତି। ସରକାରୀ ଆବାସ ଘରଟିଏ ମିଳିପାରି ନାହିଁ । ପଞ୍ଚାୟତ ଅଧିକାରୀଙ୍କୁ ବହୁବାର ଅଭିଯୋଗ ପରେ ମଧ୍ଯ ଦିନ ପରେ ଦିନ ଗଡାଇ ଚାଲିଛନ୍ତି ।

ଲଳିତା ଚଳିତ ବର୍ଷ ଦଶମ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଆଗକୁ ମଧ୍ୟ ପାଠ ପଢିବାର ବିଶେଷ ଆଗ୍ରହ ରହିଛି । ପାଠ ପଢିବାର ଆଗ୍ରହ ଥିଲେ ସୁଦ୍ଧା ଆଗକୁ ବୁଢାବାପା,ବୁଢୀମା ପାଠ ପଢାଇବାକୁ ଅସମର୍ଥ । ଲଳିତାର ପାଠ ପଢିବାର ଆବଶ୍ୟକ ପାଠ୍ଯ ଉପକରଣ ଓ ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ ଯୋଗାଇ ନ ପାରିବା ନେଇ ଦୁଶ୍ଚିନ୍ତା ପରିବାର।ବାର୍ଦ୍ଧକ୍ଯ ଜନିତ ରୋଗ ସହିତ ଲଳିତାର ଖର୍ଚ୍ଚ ତୁଲାଇବା କଷ୍ଟକର ବୋଲି ଜେଜେବାପା ହରିହର ମହାନ୍ତ କହିଛନ୍ତି।

ଏ ସମସ୍ୟା ଜୁଙ୍ଗା ପଞ୍ଚାୟତ ଅନ୍ତର୍ଗତ ନିତ୍ୟାନନ୍ଦ ପୁର ଗାଁ ସ୍ଥିତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ” ଆଶା” ସହାୟତାର ହାତ ବଢ଼ାଇବା ସହ ଲଳିତାଙ୍କ ରହିବା, ଖାଇବା, ସହିତ ସ୍ଥାୟୀ ବଞ୍ଚିବାର ବ୍ୟବସ୍ଥା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି । ସ୍ଥାନୀୟ ସ୍ବେଚ୍ଛାସେବୀ ଡମ୍ବରୁଧର ଘଣା, ମନୋଜ କୁମାର ପଟେଲ, ଲକ୍ଷ୍ମଣ ମହାନ୍ତ, ଯୁଧିଷ୍ଠିର ମହାନ୍ତ ଏନେଇ ତୁରନ୍ତ ସହାୟତା ଯୋଗାଇ ଦିଆଯିବାକୁ ସରକାରଙ୍କ ଦୃଷ୍ଟିଆକଷଣ କରିଛନ୍ତି ।

ମନୋଜ ମହାନ୍ତ (ପଟେଲ) ଙ୍କ ରିପୋର୍ଟ, ମୋବାଇଲ: 95566 80504

32
1826 views