logo

ଆଜିକାଲିକା ବୋହୂ - ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ଦ୍ଵାରା ରଚିତ କବିତା।

ଆଜିକାଲିକା ବୋହୂ
**"**"******"***
ଶାଶୁଘର ଆଉ ଭଲ ଲାଗେନାହିଁ
ଭଡାଘର ଲାଗେ ନିଜର
ବୁଢ଼ା ବୁଢ଼ୀ ଶାଶୁ ଶ୍ୱଶୁର ଦାୟିତ୍ଵ
ନେବାକୁ ହୁଅନ୍ତି କାତର।

ବାହା ବାସୀ ଠାରୁ ସ୍ଵାମୀ କୁ କୁହନ୍ତି
ମାଆ,ଟା ବଦମାସୀ ତୁମର
ମାଆ କାନି ଏବେ ଛାଡ଼ିଦେଇ ତୁମେ
ମୋ କାନି କୁ ଧର ଜଵର।

ବୁଢ଼ା ବାପା ତୁମ ଖାଲି ରାଉ ରାଉ
କୁଆ ଵସାଏନି ଚାଳରେ
ଚାଲ ଆମେ ଯିବା ଏଇ ଘର ଛାଡ଼ି
ରହିଯିଵା ଭଡ଼ାଘରରେ।

ଭଉଣୀ ତୁମର ମନ୍ଥରା ପରିକା
ଘରକୁ ଉଠାଏ ପକାଏ
ମା ଙ୍କୁ ଶିଖାଇ କାନେ କହିକହି
ଜୀବନ ଟା ନର୍କ କରାଏ।

ଚାଲ ଆମେ ଦୁହେଁ ଏଘରକୁ ଛାଡ଼ି
ଭଡ଼ା ଘରେ ରହିଯିଵା
କାହାରି ଦାୟିତ୍ଵ ନେବା ନାହଁ ଆମେ
ମନ ଖୁସିରେ ଚଳିବା।

ରୋଜଗାର ଟଙ୍କା ମୋ ହାତରେ ଦିଅ
ଘରେ,ଖର୍ଚ୍ଚ କରନାହିଁ ଟଙ୍କାଟେ
କଥା ମାନି ଚଳ ଯାହା ମୁଁ କହୁଛି
ଖୋଜ ତୁମେ ଭଡାଘରଟେ।

ଭଲଭଲ ଖାଦ୍ୟ ଖାଇବା ହୋଟେଲ
ଭଲ ପୋଷାକ ପିନ୍ଧିବା
ବୁଲାବୁଲି କରି ମନ ଖୁସିକରି
ଭଡ଼ାଘରେ ଆମେ ଶୋଇବା।

ଶାଶୁ ଘର ମୋତେ ଭଲ ଲାଗୁନାହିଁ
ଭଡାଘର ଲାଗେ ନିଜର
ଶାଶୁ ଶ୍ୱଶୁର ଙ୍କ ଦାୟିତ୍ୱ ନେବାକୁ
ଆସିନି ମୁଁ ତୁମଘର।

ଘରଣୀ ମୁଖରୁ ଶୁଣି ଏ କଥାକୁ
ବିଚାରା ପୁଅଟି ଭାବିଲା
ଭଲ ଥିଲା ବାହା ହୋଇ ମୁଁ ନଥିଲି
ବାହା ହୋଇ ହେଵି ଏକେଲା ।

ଘରଣୀ ଉପରେ କି ଅଵା ଭରସା
ମୋ ସହିତ ଏକି ରହିବ !
ମୋତେ ଛାଡ଼ି ଇଏ ଆଉ କାହା ସହ
କାହିଁକି ଫେରାର ନହେବ?

ଜୟ ଜଗନ୍ନାଥ 🙏
ପୁଷ୍ପାଞ୍ଜଳି ଆଚାର୍ଯ୍ୟ
ପୁରୁଣା ବଜାର, କେନ୍ଦୁଝର
ମୋବାଇଲ: 87631 58585

30
1065 views