logo

ସପ୍ତଶକ୍ତି ସଂଗମ କାର୍ଯ୍ୟକ୍ରମ।

*ସପ୍ତଶକ୍ତି ସଂଗମ କାର୍ଯ୍ୟକ୍ରମ*


ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦିରେ ସପ୍ତ ଶକ୍ତି ସଂଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ସମାଜ ସେବୀ ପ୍ରତିମା ସିଂ ଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସଭାରେ ସଭାପତିତ୍ବ କରିଥିଲେ ପରିଚାଳନା ସମିତି ସଦସ୍ୟା ସ୍ନେହଲତା ନାଏକ। ଉକ୍ତ ଅବସରରେ ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ହେମଲତା ମହାନ୍ତ ଓ ପ୍ରତିମା ସିଂଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ଗୁରୁମା ନମିତା ତ୍ରିପାଠୀ ସପ୍ତ ଶକ୍ତି ସଂଗମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମନିଷା ସାହୁ ସମାଜ ଗଠନରେ ମା ମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ପଙ୍କଜିନୀ ମହାନ୍ତ ପର୍ଯ୍ୟାବରଣ ସୁରକ୍ଷା ଓ କୁଟୁମ୍ବ ପ୍ରବୋଧନ ଦ୍ୱାରା ଭାରତୀୟ ସଂସ୍କୃତିର ପୁନରୁତ୍ଥାନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଦଶମ ଶ୍ରେଣୀର ଭଉଣୀ ମାନଙ୍କ ଦ୍ଵାରା ସାମୂହିକ ସଂଗୀତ ଗାନ କରାଯାଇଥିଲା। ବ୍ୟକ୍ତିଗତ ଗୀତ ଗାନ କରିଥିଲେ ପ୍ରତିମା ମହାନ୍ତ। ପରିଚାଳନା ସମିତି ସଦସ୍ୟା ବୈଦେହୀ ମହାନ୍ତ ଉପସ୍ଥିତ ରହି ସମସ୍ତ ମାତୃ ମଣ୍ଡଳିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିବା ବେଳେ ପରିଚୟ ପ୍ରଦାନ କରିଥିଲେ ଶୁଭଶ୍ରୀ ପ୍ରିୟଦର୍ଶିନୀ ମହାନ୍ତ। ଉକ୍ତ କାର୍ଯ୍ୟକ୍ରମରେ ୧୭୭ ଜଣ ମାଆ ଯୋଗ ଦେଇଥିଲେ। ସମସ୍ତ ଗୂରୁମା ଓ ସେବିକା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଥିଲା।

କମଳ ଲୋଚନ ମହାନ୍ତଙ୍କ ରିପୋର୍ଟ, ମୋବାଇଲ: 70086 90289

17
957 views