
କେମୁଣ୍ଡିଆ ରୁପେଶ୍ଵର ମହାଦେବ ଙ୍କ ବାର୍ଷିକ ପ୍ରତିଷ୍ଠା ଦିବସ।
କେମୁଣ୍ଡିଆ ରୁପେଶ୍ଵର ମହାଦେବ ଙ୍କ ବାର୍ଷିକ ପ୍ରତିଷ୍ଠା ଦିବସ।
ଚମ୍ପୁଆ -13/12 ଚମ୍ପୁଆ ବ୍ଲକ ଉଚ୍ଚବାଲି ପଞ୍ଚାୟତ ଅନ୍ତର୍ଗତ କେମୁଣ୍ଡିଆ ଗ୍ରାମ ବୈତରଣୀ ନଦୀ ତଟସ୍ଥ ରୁପାକୁଣ୍ଡ ପରିସରରେ ଅବସ୍ଥିତ ରୂପେଶ୍ୱର ମହାଦେବ ଶିବ ଠାକୁରଙ୍କ ବାର୍ଷିକ ପ୍ରତିଷ୍ଠା ଦିବସ ନିରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି l ପ୍ରାତଃ କାଳରୁ ପୂଜକ ବିଷ୍ଣୁପଦ ମିଶ୍ର ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରିଥିଲେ l ଗ୍ରାମ ତଥା ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା l ଭକ୍ତ ଶ୍ରଦ୍ଧାଳୁମାନେ ରୁପେଶ୍ଵର ମହାଦେବ ଠାକୁରଙ୍କ ଠାରେ ନିଜ ନିଜର ମାନସିକ ପୂଜା ଇତ୍ୟାଦି କରାଇଥିଲେ l ପଡୋଶୀ ମୟୁରଭଞ୍ଜ ଓ ଝାରଖଣ୍ଡ ଅଞ୍ଚଳ ରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ରୁପେଶ୍ଵର ମହାଦେବଙ୍କ ଦର୍ଶନ କରି ବୈତରଣୀ ନଦୀ ରୂପାକୁଣ୍ଡ ର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିବା ଦେଖାଯାଇଥିଲା l ଉକ୍ତ ଶ୍ରଦ୍ଧାଳୁ ମାନଙ୍କୁ ରୂପେଶ୍ଵର ମନ୍ଦିର ପୂଜା କମିଟି ତରଫରୁ ପ୍ରସାଦ ପଲାଉ, ଡାଲମା ଭୋଗ ବିତରଣ କରାଯାଇଥିଲା l ମନ୍ଦିର ପୂଜା କମିଟି ସଭାପତି ଡମ୍ବରୁଧର ନାଏକ, ସମ୍ପାଦକ ଭୋଳାନାଥ ନାଏକ, ସଦସ୍ୟ -ରାମଚନ୍ଦ୍ର ନାଏକ, ହେମନ୍ତ ନାଏକ, ଫଗୁଣ ନାଏକ, ଭରତ ଚନ୍ଦ୍ର ନାଏକ, ସୁରେନ୍ଦ୍ର ପାତ୍ର, ମୁରଲୀଧର ନାଏକ, ଜଗବନ୍ଧୁ ନାଏକ, ବିଭୀଷଣ ନାଏକ, ପର୍ଶୁରାମ ନାଏକ, ମହେନ୍ଦ୍ର ନାଏକ, ଡମ୍ବରୁଧର, ସୁବାସ ଚନ୍ଦ୍ର, ରମାକାନ୍ତ ପ୍ରମୁଖଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l
ଡମ୍ବରୁଧର ମହାନ୍ତଙ୍କ ରିପୋର୍ଟ, ମୋବାଇଲ: 94381 18687