logo

ମା ବାଶୁଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

ମା ବାଶୁଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

ପାଟଣା:୧୪/୧୨- ମୂଷାଖରୀ ଖେଳ ପଡ଼ିଆ ଠାରେ ମା ବାଶୁଳି କ୍ରିକେଟ କ୍ଳବ୍ ଆନୁକୂଲ୍ୟରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଜାପିତ ହୋଇଯାଇଛି।ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଜିଲ୍ଲା ତଥା ଜିଲ୍ଲା ବାହାର ରୁ 16 ଟି ପ୍ରତିଷ୍ଠିତ କ୍ରିକେଟଦଳ ଅଂଶଗ୍ରହଣ କରିଥିଲେ।ଆଜି ଉଦଜାପିତ ଫାଇନାଲ ଖେଳରେ ଦିଗିଧର କ୍ରିକେଟ ଏକାଦଶ ସହିତ ଡିମ୍ବ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦିଗିଧର ଏକାଦଶ 81 ରନ କରିଥିବା ବେଳେ ଡିମ୍ବ ଏକାଦଶ 82 ରନ କରି ଚାମ୍ପିୟାନ ହୋଇଥିଲେ। ଟୁର୍ଣ୍ଣାମେଣ୍ଟର ଉଦଜାପନୀ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ପ୍ରତିନିଧି କମଳା କାନ୍ତ ଦାଶ ଓ ସମ୍ମାନୀତ ଅତିଥି ଭାବେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ମୁଷାଖୋରୀ ସରପଞ୍ଚ ଭାମାମଣି ଦାସ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ବିଜେତା ଚାମ୍ପିୟାନ ଦଳକୁ ପ୍ରଥମ ପୁରସ୍କାର ସ୍ୱରପ 24 ହଜାର ନଗଦ ରାଶି ସହିତ ଟ୍ରଫି ଓ ରାନର୍ସଅପ ଦଳକୁ ଦ୍ଵିତୀୟ ପୁରସ୍କାର ଭାବେ 17 ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଅମ୍ପ୍ୟାୟାର ଭାବେ ସମୀର କୁମାର ସେଠୀ ଓ ଶୁସାନ୍ତ କୁମାର ପଣ୍ଡା ଖେଳ ପରିଚାଳନା କରିଥିଲେ। ମା ବାଶୁଳି କ୍ରିକେଟ କ୍ଳବ୍ ର ସଭାପତି ସୁବ୍ରତ କୁମାର ସେଠୀ ଓ ସମ୍ପାଦକ ଶିବଶଙ୍କର ରଣା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ କ୍ଳବ ସଦସ୍ୟ ସୁଶୀଲ ସେଠୀ, ଆଲୋକ ସେଠୀ, ବାବୁଲା ସେଠୀ, ସିପୁ ସେଠୀ, ଭିକି ସେଠୀ, ପିଙ୍କୁ ସେଠୀ, ବୁବୁନ ସେଠୀ, ସୁବ୍ରତ ସେଠୀ, ଶିବ ଶଙ୍କର ସେଠୀ, ପ୍ରଦୀପ ମହାନ୍ତ, ରମେଶ ମାଝୀ,ମଣ୍ଟୁ ସେଠୀ, ମହେନ୍ଦ୍ର ଦାସ,ରୁଦ୍ର ନାଏକ, କାର୍ତ୍ତିକ ସେଠୀ, ସୁଜିତ ବାରିକ,ସୁଧାଂଶୁ ସେଠୀ, ମତିଲାଲ ସେଠୀ, ଗଗନ ନାଏକ ରାଜେଶ ସେଠୀ ଟୁକୁ ନାଏକ, ଭୁବନ ନାଏକ, ହୃଷିକେଶ ପାତ୍ର, ବାବୁଲା ମହାନ୍ତ, ଚୈତନ୍ୟ ସେଠୀ, ଲିପୁ ସେଠୀ, ସତ୍ୟବ୍ରତ ବେଜ, ପ୍ରେମାନନ୍ଦ ସେଠୀ, ରଜତ ସେଠୀ ପ୍ରମୁଖ ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ଖେଳରେ ଧାରା ବିବରଣୀ ଅଜୟ କୁମାର ବେଜ ପ୍ରଦାନ କରିଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ, ମୋବାଇଲ: 94392 11178

21
1024 views