logo

ଡି.ଏନ୍. ହାଇସ୍କୁଲ ୧୯୭୬ ବ୍ୟାଚ ଛାତ୍ର ଙ୍କର ସୁବର୍ଣ ଜୟନ୍ତୀ ପାଳନ।

ଡି.ଏନ୍. ହାଇସ୍କୁଲ ୧୯୭୬ ବ୍ୟାଚ ଛାତ୍ର ଙ୍କର ସୁବର୍ଣ ଜୟନ୍ତୀ ପାଳନ।

କେନ୍ଦୁଝର: ୧୪/୧୨, ଡି.ଏନ୍ ହାଇସ୍କୁଲ ୧୯୭୬ ବ୍ୟାଚ୍ ପୁରାତନ ଛାତ୍ରଙ୍କର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଡି.ଏନ୍ ହାଇସ୍କୁଲ ଅଡିଟୋରିୟମରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ବଳରାମ ପୃଷ୍ଟି, ନାରାୟଣ ମିଶ୍ର,ସୁବାସ ଚନ୍ଦ୍ର ବଳ, ବାବାଜୀ ଚରଣ ସାହୁ, ଶଶଧର ବେହେରା ଅତିଥି ଭାବରେ ମଞ୍ଚାସନ ଥିବାବେଳେ ଡି.ଏନ. ହାଇସ୍କୁଲର ବରିଷ୍ଠ ଶିକ୍ଷକ ଉଦୟନାଥ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ସଭା ପ୍ରାରମ୍ଭରେ ନିଜର ପ୍ରିୟ ଓ ପୂଜ୍ୟ ଶିକ୍ଷକମାନଙ୍କୁ ଉପଢୌଙ୍କନ ଓ ପୁଷ୍ପ୍ ଗୁଚ୍ଛ ପ୍ରଦାନ କରି ସମ୍ମାନୀତ କରିବା ଓ ପୂଜ୍ୟ ଗୁରୁମାନଙ୍କଠାରୁ ଆଶୀର୍ବାଦ ଲାଭ କରିବାର ମୂହୁର୍ତ୍ତ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି କରିଥିଲା । ସଭାରେ ଉପସ୍ଥିତ ପୁରାତନ ଛାତ୍ରମାନେ ସେମାନଙ୍କର ଅତୀତ ଛାତ୍ରଜୀବନର ସ୍ମତିକୁ ତାଜା କରିଥିଲେ। ୧୯୭୬ ବ୍ୟାଚର ଛାତ୍ରମାନେ ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ରେ ବଧୁମିଳନରେ ଏକାଠି ହୋଇଥିବା ବେଳେ ଚଳିତ ବର୍ଷ ହାଇସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଛି। ଉକ୍ତ ସଭାରେ ଓମ୍ ପ୍ରକାଶ ମିଶ୍ର ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଶାନ୍ତ ଚନ୍ଦ୍ର ମହାପାତ୍ର ମଞ୍ଚ ସଞ୍ଚାଳନ କରିଥିଲେ। ଏବଂ ପ୍ରଦୀପ୍ତ ମୋହନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଦିନବନ୍ଧୁ ସାହୁ , ବିଜୟ କୁମାର ଦକ୍ଷିତ, ବସନ୍ତ ସାହୁ, ପାର୍ଥସାରଥି ସାହୁ, ଜଗନ୍ନାଥ ଦାସ୍। ଅକ୍ଷୟ ପ୍ରସାଦ ଦାସ, ପଞ୍ଚାନନ ମହାପାତ୍ର, ଗୌରଙ୍ଗ ସାହୁ, କମଲେଶ ଚୌହାନ, କାର୍ତ୍ତିକ ଚନ୍ଦ୍ର ଦଣ୍ଡସେନା, ନିମାଇଁ ମହାନ୍ତ, ଅନୁପ ମହାନ୍ତି, ରବିଜେନା, ଜିତେନ୍ଦ୍ର ଦାସ, ଦୌଲତ ନାରାୟଣ ଙ୍କ ଦ୍ବାରା କାର୍ଯ୍ୟକ୍ରମ ସଫଳ କରିବାରେ ଅତୁଳନୀୟ ସହଯୋଗ କରିଥିଲେ।

କେନ୍ଦୁଝର ରୁ ପୁରୁଷୋତ୍ତମ ପାତ୍ର ଙ୍କ ରିପୋର୍ଟ, ମୋବାଇଲ: ୮୪୫୬୦୫୨୮୭୬

80
5397 views