logo

ନିରାକାରପୁରରେ ଅଠର ମୁଲକ କୈବର୍ତ୍ତ ସଂଘର ବୈଠକ

ଖୋର୍ଦ୍ଧା,୧୪/୧୨/୨୫(ଏ.ଆଇ.ଏମ.ଏ) : ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ରାଉଳହଜ ସ୍ଥିତ ରଵିଵେହେରା ଙ୍କ ବାସଭବନରେ ମା ଭଗବତୀ କୈବର୍ତ୍ତ ସଂଘ ଆନୁକୂଲ୍ୟରେ ଅଠର ମୁଲକ କୈବର୍ତ୍ତ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଜଗବନ୍ଧୁ ବେହେରା , ସମ୍ପାଦକ ସୁଧାଂଶୁ ଶେଖର ବେହେରା, ସହ-ସମ୍ପାଦକ ଲିଙ୍ଗରାଜ ଦାସ, ପୂର୍ବତନ ସଭାପତି ଭରତ ଚରଣ ବେହେରା, ମୁଖ୍ୟ ଉପଦେଷ୍ଟା ଚନ୍ଦ୍ର କାନ୍ତ ଦଳେଇ, କୋଷାଧ୍ୟକ୍ଷ ବିଶ୍ୱନାଥ ବେହେରା ଆଦି ଉପସ୍ଥିତ ଥିଲେ। ମଞ୍ଚାସିନ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଲୋକନାଥ ଦେବଙ୍କ ପୀଠର ଉନ୍ନତି କରିବା ପାଇଁ ଆଲୋଚନା କରାଯାଇଥିଲା। ବୈଠକ ରେ ଅଞ୍ଚଳର କିଛି କୈବର୍ତ୍ତ ଭାଇଙ୍କ ଅନୁପସ୍ଥିତି ଥିବା ନେଇ ପରବର୍ତ୍ତୀ ବୈଠକ ସାମିଲ କରିବା ପାଇଁ ନିଷ୍ଫତି କରାଯାଇଥିଲା। ଅବହେଳିତ ହେଇ ପଡ଼ିଥିବା ଜମିକୁ ଉନ୍ନତି କରିବା ସମ୍ପର୍କରେ ମଧ୍ୟ ବିଚାର କରାଯାଇଥିଲା । ଜାଆଁଳା ର ବାସିନ୍ଦା ସୁରେନ୍ଦ୍ର କୁମାର ବେହେରା ସଂଘ କୁ ଦୁଇ ଲକ୍ଷ ଅର୍ଥରାଶି ପ୍ରଦାନ କରିବା ପାଇଁ ବୈଠକରେ ଘୋଷଣା କରିଥିଲେ। ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ନିରାକାରପୁର ସାମ୍ବାଦିକ ସଂଘ ର ସଦସ୍ୟ ବିଭୁତି ଭୁଷଣ ଦାଶଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l ନିରାକାରପୁର କୈବର୍ତ୍ତ ସଂଘ ପକ୍ଷରୁ ରବିନାରାୟଣ ବେହେରା, ମହେଶ୍ୱର ବେହେରା, ପ୍ରଦ୍ୟୁମ୍ନ କୁମାର ବେହେରା, ଟାଙ୍ଗୀ କୈବର୍ତ୍ତ ସଂଘର ଗଙ୍ଗାଧର ବେହେରା, ଜାଆଁଳା ସଂଘ ର ରାଜେଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରିଚାଳନା କରିଥିଲେ ମହେଶ୍ୱର ବେହେରା ଓ ରବିନାରାୟଣ ବେହେରା l

217
6885 views