logo

ମିଳନୀ ସାହିତ୍ୟ ସଂସଦ ର ତେଷଠିତମ ବାର୍ଷିକ ଉତ୍ସବ।

ମିଳନୀ ସାହିତ୍ୟ ସଂସଦ ର ତେଷଠିତମ ବାର୍ଷିକ ଉତ୍ସବ।
********************************

କେନ୍ଦୁଝର ତା ୧୪/୧୨ - ରବିବାର ପୂର୍ବାହ୍ନ ରେ ସଂସ୍କୃତି ଭବନ ରେ ରାଜ୍ୟ ର ସର୍ବ ପୁରାତନ ତଥା ଅଗ୍ରଣୀ ସାରସ୍ଵତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ର ତେଷଠିତମ ବାର୍ଷିକ ଉତ୍ସବ ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି।
ପଣ୍ତିତ ରଙ୍ଗାଧର ବେହେରା ଙ୍କ ବେଦମନ୍ତ୍ର ଉଚ୍ଚାରଣ ମଧ୍ଯରେ ଅତିଥିମାନେ ରାଷ୍ଟ୍ରଦେବତା ଶ୍ରୀ ବଳଦେବଜୀଉ ଓ ରାଷ୍ଟ୍ରଦେବୀ ମାତାରିଣୀ ଙ୍କ ପ୍ରତିକୃତି ରେ ମାଲ୍ୟାର୍ପଣ ଓ ଧୂପଦୀପ ପ୍ରଜ୍ବଳନ କରି ଉତ୍ସବ ର ଶୁଭାରମ୍ଭ କରିଥିଲେ।
ପ୍ରାରମ୍ଭ ରେ ବିଜୟଲକ୍ଷ୍ମୀ ଦୀକ୍ଷିତ, ଦିବାକର ସାହୁ ଓ ଅମୂଲ୍ୟ କୁମାର ମିଶ୍ରଙ୍କ ଦିବଂଗତ ଆତ୍ମା ର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରା ଯାଇଥିଲା।
ଉପସଭାପତି କବି ସୁଧା ଦାଶ ସ୍ୱାଗତ ସମ୍ଭାଷଣ ଜଣାଇଥିବା ବେଳେ ସମ୍ପାଦକ କବି ଡକ୍ଟର୍ ଚିତ୍ତ ରଞ୍ଜନ ମିଶ୍ର ସଂପାଦକୀୟ ସୂଚନା ଦେଇଥିଲେ।
ଅତିଥିମାନଙ୍କ ଦ୍ଵାରା ଅନୁଷ୍ଠାନ ର ମୁଖପତ୍ର ମିଳନୀ ବାନବୀଣା ସହିତ ଡାକ୍ତର ଭାରତୀ ମହାପାତ୍ର, ବୀଣାପାଣି ଜେନା ଓ ଉମାକାନ୍ତ ବେହେରା ଙ୍କ "ଅପାସୋରା ସ୍ମୃତି", "ଭକ୍ତି ରୁ ଜାତ ଶକ୍ତି" ଓ "ତମ ପାଇଁ" ଉନ୍ମୋଚିତ ହୋଇଥିଲା।
ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚ୍ ଡି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାତୃଭାଷା ର ଗରିମା ର ସୁରକ୍ଷା ରେ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ।
ବିଶିଷ୍ଟ କଥାଶିଳ୍ପୀ ଡକ୍ଟର୍ ଅନିଲ କୁମାର ଦାସ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ସାହିତ୍ୟ ସାଧକମାନେ ସମାଜନିଷ୍ଠ ହେବାକୁ ପରାମର୍ଶ ଦେଇଥିଲେ।
ବିଶିଷ୍ଟ ସାହିତ୍ୟ ସମାଲୋଚକ ଡକ୍ଟର୍ ବେଣୁଧର ପାଢ଼ୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଓଡିଆ ଭାଷା ଓ ସାହିତ୍ୟ ର ଗରିମା ସମ୍ପର୍କ ରେ ସାର ଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ।
କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ସଭାପତୀୟ ଅଭିଭାଷଣରେ କେନ୍ଦୁଝର ର ସାରସ୍ୱତ ଗରିମା ସମ୍ପର୍କ ରେ ଆବହିତ କରିବା ସହିତ ସୃଜନ ଶିଳ୍ପୀ ଙ୍କୁ ମାଟିମନସ୍କ
ହେବାକୁ ଆହ୍ବାନ ଦେଇଥିଲେ।
କବିତା ପାଇଁ ସେନାପତି ପ୍ରଦ୍ୟୁମ୍ନ କେଶରୀ, ପ୍ରବନ୍ଧ ପାଇଁ ଡକ୍ଟର ବେଣୁଧର ପାଢ଼ୀ, ଗଳ୍ପ ପାଇଁ ଶ୍ରୀମତୀ ଲକ୍ଷ୍ମୀ ଚାନ୍ଦ,ଶିଶୁ ସାହିତ୍ୟ ପାଇଁ ଡକ୍ଟର କମଳାକାନ୍ତ ଜେନା ଓ ବର୍ଷୀୟାନ ସାଧକ ଭାବରେ ଘନଶ୍ୟାମ ବୋଇତେଇ ଙ୍କୁ ରାଜ୍ୟ ସ୍ତରୀୟ ସମ୍ବର୍ଧନା ଦିଆ ଯାଇଥିଲା।
କବି ଡକ୍ଟର୍ କାର୍ତ୍ତିକ ଚନ୍ଦ୍ର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କବିତା ପାଠୋତ୍ସବ ରେ ମମତା ରାଣୀ ଦାସ ଓ ଇନ୍ଦୁମତୀ ପାତ୍ର ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ମନ୍ଦାକିନୀ କର ଓ ଦେବଦର୍ଶନ ଦାଶଙ୍କ ସଂଯୋଜନା ରେ ଶତାଧିକ କବି କବିତା ଆବୃତ୍ତି କରିଥିଲେ। କବୟିତ୍ରୀ ଶୋଭନା ଜେନା ସ୍ୱାଗତ ସମ୍ଭାଷଣ ଜଣାଇଥିଲେ। କବି ହରିହର ମହାନ୍ତ ଓ ବିରଞ୍ଚି ନାରାୟଣ ସାମନ୍ତରାୟ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ଅଧିବେଶନ ରେ ଧନ୍ୟବାଦ ଅର୍ପଣ କରିଥିଲେ।

ପୁରୁଷୋତ୍ତମ ପାତ୍ର, କେନ୍ଦୁଝର ଙ୍କ ରିପୋର୍ଟ, ମୋବାଇଲ: ୮୪୫୬୦୫୨୮୭୬

45
1813 views