logo

ସବୁଦିନ ପାଇଁ ବାହୁଡି ଗଲେ କୋଠ ତହସିଲଦାର ବଳରାମ ପଣ୍ଡା!

ସବୁଦିନ ପାଇଁ ବାହୁଡି ଗଲେ କୋଠ ତହସିଲଦାର ବଳରାମ ପଣ୍ଡା!

କେନ୍ଦୁଝର,ତା୧୩/୧୨- ଘଟଗାଁ ବ୍ଲକ ଅନ୍ତର୍ଗତ ବରାହଟିପୁରା ଗ୍ରାମର ମୁରବୀ, ନୀଳକଣ୍ଠେଶ୍ଵର ମନ୍ଦିରର କୋଠ ତହସିଲଦାର ତଥା ପୂର୍ବତନ ପୋଷ୍ଟ ମାଷ୍ଟର ବଳରାମ ପଣ୍ଡା (୮୪) ଆଜି ଧରାପୃଷ୍ଠରୁ ସବୁ ମୋହ ମାୟା ପରିତ୍ୟାଗ କରି, ପରିବାରର ସଭିଙ୍କୁ ସବୁକିଛି ଛାଡି ବାହୁଡି ଯାଇଛନ୍ତି।ତାଙ୍କର ମୃତ୍ୟୁ ସମଗ୍ର ଘଟଗାଁ ବ୍ଲକ ପାଇଁ ଅପୂରଣୀୟ କ୍ଷତି ଓ ତାଙ୍କ ଶୂନ୍ୟସ୍ଥାନ କେହି ପୂରଣ କରି ପାରିବେନାହିଁ। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିଛନ୍ତି। ମୃତ୍ୟୁଶଯ୍ୟା ନିକଟରେ ଦୁଇପୁତ୍ର, ବଧୂ, ନାତିନାତୁଣୀ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।ପ୍ରଭୁ ଜଗନ୍ନାଥ ତାଙ୍କର ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ କହି ବହୁଲୋକ ଶୋକ ପ୍ରକାଶ କରିଛନ୍ତି।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ, ମୋବାଇଲ: 94373 78792

30
1224 views