logo

ଧନ ଅର୍ଜନେ ଧର୍ମ କରି - ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ଦ୍ଵାରା ରଚିତ କବିତା।

*ଧନ ଅର୍ଜନେ ଧର୍ମ କରି*
******************
ଧନ ଅର୍ଜନେ ଧର୍ମ କରି
ଧର୍ମେ ପ୍ରାପତ ନରହରି 🙏

ଧର୍ମ ହିଁ ସଂସାର ରେ ସାର
ଧର୍ମ ପଥ ସର୍ବେ ଆଵୋର,🙏

ଧର୍ମ କରିଣ ଧନ ଅର୍ଜ
ଅଧର୍ମ ଧନ ସଦା ତେଜ୍ୟ 🙏

ଅଧର୍ମ ବିତ୍ତ ବଢ଼ି ବଢ଼ି
ଶେଷରେ ଯାଇଥାଏ ଛିଡି 🙏

ଧର୍ମେ ପ୍ରାପତ ନରହରି
ବିପଦୁ କରିଥାନ୍ତି ପାରି🙏

ଧାର୍ମିକ ଲୋକ ମହୀତଳେ
ଯଶ ରଖନ୍ତି ସଦାବେଳେ 🙏

ଅସାଧୁ ଅଧର୍ମେ ଅର୍ଜନ୍ତି
ସମୁଳେ ବିନାଶ ଯାଆନ୍ତି 🙏

ଦାନଧର୍ମ ରେ ଦେଇମନ
ବିତାଅ ଦୁର୍ଲ୍ଲଭ ଜୀବନ।
ଦୁଃଖୀ ଦରିଦ୍ର ଙ୍କ ସେବାରେ
ମନକୁ ରଖ ନିରନ୍ତରେ 🙏

ଧର୍ମ ହିଁ ମହତପଣିଆ
ଅନ୍ୟ ତ ଅଢେଇ ଦିନିଆ।

ଜୟ ଜଗନ୍ନାଥ 🙏
ପୁଷ୍ପାଞ୍ଜଳି ଆଚାର୍ଯ୍ୟ
ପୁରୁଣା ବଜାର
କେନ୍ଦୁଝର।
ମୋବାଇଲ: 87631 58585

21
1114 views