logo

ସଂକୁଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ।

ସଂକୁଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ।

ତୁରୁମୁଙ୍ଗା ସଂକୁଳର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦିଠାରେ ଶିକ୍ଷା ବିକାଶ ସମିତି ଓଡିଶା ଆୟୋଜିତ ସଂକୁଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି ଉଦ୍ଘାଟନ ଉତ୍ସବରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗଦଗଦିର ପୂର୍ବତନ ସମ୍ପାଦକ ରାମଚନ୍ଦ୍ର ମହାନ୍ତ ସମ୍ମାନିତ ଅତିଥି ଭାବେ ଭାଗ ନେଇ କ୍ରୀଡା ପତାକା ଉତ୍ତୋଳନ କରିଥିଲେ।

ସଂକୁଳର ପାଞ୍ଚଟି ବିଦ୍ୟାଳୟରୁ ୧୨୦ ଜଣ ପ୍ରତିଭାଗୀ ୬୪ ଟି ଖେଳରେ ନିଜର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନି ଅତିଥି ମାନଙ୍କ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ସଂକୁଳ ସଂଯୋଜକ ଚିତ୍ତରଞ୍ଜନ ମହାନ୍ତ ସମସ୍ତ କ୍ରୀଡାର ସଂଯୋଜନା କରିଥିଲେ। ସମାପନୀ ଉତ୍ସବରେ ଡମ୍ବରୁଧର ମହାନ୍ତ, ସନାତନ ପଲେଇ, ଅକ୍ଷୟ କୁମାର ସେଠୀ, ଅନନ୍ତ ଚରଣ ମହାନ୍ତ, ସ୍ନେହଲତା ନାଏକ, ବୈଦେହୀ ମହାନ୍ତ, ରୋହିତ ମହାନ୍ତ ଏବଂ ରାମଚନ୍ଦ୍ର ମହାନ୍ତ ପୁରସ୍କାର ବିତରଣ କରିଥିଲେ।

ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ଭାଇ ଭଉଣୀ ସଂଭାଗ କ୍ରୀଡ଼ାରେ ଅଂଶଗ୍ରହଣ କରିବେ। ସଂକୁଳର ସମସ୍ତ ବିଦ୍ୟାଳୟର ଗୁରୁଜୀ ଗୁରୁମା କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ।

କମଳ ଲୋଚନ ମହାନ୍ତଙ୍କ ରିପୋର୍ଟ, ମୋବାଇଲ: 70086 90289

11
1050 views