logo

ପାଟଣା କଲେଜର ବାର୍ଷିକ କ୍ରୀଡ଼ା ସମାରୋହ ଉଦଯାପିତ।

ପାଟଣା କଲେଜର ବାର୍ଷିକ କ୍ରୀଡ଼ା ସମାରୋହ ଉଦଯାପିତ।

ପାଟଣା-ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ର 2 ଦିନିଆ 30 ତମ ବାର୍ଷିକ କ୍ରୀଡ଼ା ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଛି।ଏହି କ୍ରୀଡ଼ାରେ 12 ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ସେଥି ମଧ୍ୟରୁ
4 ଜଣ ଛାତ୍ରଛାତ୍ରୀ ଉଚ୍ଚ ତମ କ୍ରୀଡ଼ା ପ୍ରଦର୍ଶନ କରି ପ୍ରତିଯୋଗିତାରେ ଚାମ୍ପିୟାନ ହୋଇଛନ୍ତି।ଯୁକ୍ତ ଦୁଇ କଳା ପ୍ରଥମ ବର୍ଷର ଛାତ୍ର ସିମନ ହାସଦା, ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ କଳା ଛାତ୍ରୀ ଶ୍ରୀଦେବୀ ନାଏକ,, ଯୁକ୍ତ ତିନି କଳା ପ୍ରଥମ ବର୍ଷ ଛାତ୍ର ବାହାଦୂର ବାସ୍କେ ଏବଂ ଯୁକ୍ତ ତିନି ବାଳିକା ବର୍ଗ କଳା ତୃତୀୟ ବର୍ଷର ଛାତ୍ରୀ ତାପସ୍ୱିନୀ ମହାନ୍ତ ଚାମ୍ପିୟାନ ହୋଇଛନ୍ତି।କ୍ରୀଡ଼ା ଶିକ୍ଷକ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ ଓ ଅନ୍ୟ ମାନେ କ୍ରୀଡ଼ା ସମାରୋହ ପରିଚାଳନା କରିଥିଲେ।ବାର୍ଷିକ କ୍ରୀଡ଼ା ଉଦଯାପନରେ ଶରତ କୁମାର ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସମାରୋହରେ ଅଧ୍ୟକ୍ଷ ଵିରେନ୍ଦ୍ର କୁମାର ସାହୁ ସଭାପତିତ୍ୱ କରିଥିଲେ।ମୁଖ୍ୟ ଅତିଥି ଭାବେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ର ସଭାପତି ନୃସିଂହ ନାଥ ସିଂହ ଯୋଗଦେଇ କୃତି ପ୍ରତିଯୋଗୀ ଓ ଚାମ୍ପିୟାନ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ।ପ୍ରାଧ୍ୟାପକ ଅଶ୍ୱିନୀ କୁମାର ସାହୁ ଅଧ୍ୟାପିକା ସୁସ୍ନାତା ଶୋଭାଲିନ ମହାପାତ୍ର, ଅଧ୍ୟାପିକା ନୈଳାନୀ କାର୍ଜି,ରଜତ କୁମାର ଦାଶ ବ୍ରଜେନ୍ଦ୍ର କୁମାର ପତି, ଅଧ୍ୟାପକ ରତ୍ନାକର ମହାକୁର ପ୍ରମୁଖ ଅନ୍ୟମାନେ ଉଦଘାଟନ କାର୍ଯ୍ୟକ୍ରମ ରେ ମଞ୍ଚାସିନ ଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ, ମୋବାଇଲ: 94392 11178

24
1209 views