logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୁରୁଷୋତ୍ତମପୁର ତହସିଲଦାରଙ୍କ ଗୁରୁ ଦାଇତ୍ୱ ମା ତାରାତାରିଣୀ ମନ୍ଦିର

ପୁରୁଷୋତ୍ତମପୁର : ଗଞ୍ଜାମ ଜ଼ିଲ୍ଲା ତଥା ସାରା ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ମନ୍ଦିରର ନୂତନ ଭାବେ ପରିଚାଳନା ଦାଇତ୍ୱ ନେଇଛନ୍ତି ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରା | ସୂଚନା ଅନୁସାରେ ଗତ ଶୁକ୍ରବାର ଦିନ ଦେବୋତ୍ତର କମିଶନଙ୍କ ନିର୍ଦ୍ଧେଶ କ୍ରମେ ତଥା ଜ଼ିଲ୍ଲାପାଳଙ୍କ ତତ୍ୱାବଧାନରେ ମନ୍ଦିରରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି | ଦାୟିତ୍ୱ ନେବା ପରେ ପ୍ରଥମେ ମାଙ୍କ ପାଖକୁ ଯାଇ ଆଶୀର୍ବାଦ ନେଲାପରେ ସେ ସମସ୍ତ ଭକ୍ତ ଓ ମନ୍ଦିର ପୂଜା କମିଟିକୁ ଧନ୍ୟବାଦ ଜଣେଇଛନ୍ତି | କାର୍ଯ୍ୟଭାର ଗ୍ରହଣ ପରେ ତାଙ୍କର ପ୍ରଥମ ପଦକ୍ଷେପ ମନ୍ଦିର ଚତୁର୍ପାର୍ଶ୍ୱରେ ଆଲୋକିକରଣ ଏବଂ ସ୍ୱଚ୍ଛତା ଓ ପରିମଳ ଉପରେ ପ୍ରଥମ ପଦକ୍ଷେପ ନେଇଥିଲେ | ଏଥିପାଇଁ ସେ ପି ଡବ୍ଲୁ ଡ଼ି ଏଇ ସୁରେଶ କୁମାର ମିଶ୍ର ଏବଂ ଇଲେକ୍ଟ୍ରିକାଲ ଜିଇଡ଼ି ଯେଇ ସୁଜନ ନାଥଙ୍କ ସହିତ ଏହା ଉପରେ ଆଲୋଚନା କରିବା ସହିତ ଯେଇ ଙ୍କ ଦ୍ଵାରା କଣ୍ଟ୍ରାକ୍ଟର ସୁଦର୍ଶନ ପଣ୍ଡାଙ୍କୁ ଡାକି ତୁରନ୍ତ ମା ଙ୍କ ଆଲୋକିକରଣ କାମ ଡ଼ିସେମ୍ବର ୩୧ ସୁଦ୍ଧା ସାରିବାକୁ ନିର୍ଦ୍ଧେଶ ଦେଇଥିଲେ | ବର୍ତମାନ ଶୀତ ଋତୁ ଚାଲିଥିବାରୁ ଶ୍ରଦ୍ଧାଳୁ ମାନଙ୍କ ଭିଡକୁ ଦୃଷ୍ଟିରେ ରଖି କିପରି ସେମାନେ ଶୃଙ୍ଖଳିତ ଦର୍ଶନ କରିବେ ସେଥିପ୍ରତି ଜୋର ଦିଆଯିବା ସହିତ ଆଗାମୀ ଦିନରେ ମାଙ୍କ ଚୈତ୍ର ମାସ ପାଳି ଆସୁଥିବାରୁ ଭକ୍ତ ସମାଗମ ଙ୍କୁ ଧ୍ୟାନରେ ରଖି ସମସ୍ତ ବିଭାଗକୁ ନେଇ ଆଗାମୀ ୭ ଦିନ ମଧରେ ଏକ ଜରୁରୀକାଳୀନ ବୈଠକ କରି ଏହାର ସମୀକ୍ଷା କରାଯିବ ସେ ବୋଲି କହିଥିଲେ | ମାଙ୍କ ରୀତିନୀତି ଯେପରି ସକାଳୁ ପହଡ଼ ଫିଟା ଠାରୁ ଆରମ୍ଭକରି ବଡ଼ସିଂହାର ପର୍ଯ୍ୟନ୍ତ କିପରି ସୁରୁଖୁରୁରେ ହୋଇପାରିବ ସେଥିପାଇଁ ମଧ୍ୟ ଚେଷ୍ଟା କରିବି ବୋଲି କହିଥିଲେ ଓ ଏଥିପାଇଁ ମନ୍ଦିର ସେବାୟତ ଓ ଜନସାଧାରଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ |
ସ୍ଥାନୀୟ ତହସିଲଦାର ମନ୍ଦିରର ନୂତନ ଭାବେ ପରିଚାଳନା ଦାଇତ୍ୱ ନେଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବା ସହିତ ପୁରୁଷୋତ୍ତମପୁର ସେବା ସାମ୍ବାଦିକ ସଂଘ ମଧ୍ୟ ଶୁଭେଚ୍ଛା ଜଣେଇଥିଲେ | ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଏଟିଓ ତଥା ପୁରୁଷୋତ୍ତମପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସଂଗୀତା ସେଠୀ ଏବଂ ମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରମୋଦ କୁମାର ପଣ୍ଡା ସ୍ଥାନୀୟ ପୋଲିସ ପ୍ରଶାସନ, ସେବାୟତ ବାପୁଜୀ ରଣାଙ୍କ ସମେତ ସମସ୍ତ ମନ୍ଦିର ସେବାୟତ ଉପସ୍ଥିତ ଥିଲେ |

50
37 views

Comment