କୋରାପୁଟରେ ଉଜ୍ଜ୍ବଳା ଯୋଜନାର ପ୍ରେସ୍ ମିଟ୍ ଅନୁଷ୍ଠିତ। ସେମିଳିଗୁଡା,କୋରାପୁଟ, ଓଡିଶା ।ତା୧୩/୧୨/୨୫(ଶନିବାର)
କୋରାପୁଟରେ ଉଜ୍ଜ୍ବଳା ଯୋଜନାର ପ୍ରେସ ମିଟ୍ ଦାମନଯୋଡି/ସେମିଳିଗୁଡା:-୧୩/୧୨ ଭାରତ ସରକାରଙ୍କର ମହାରତ୍ନ କମ୍ପାନୀ ଇଣ୍ଡିଆନ ଅଏଲ ତରଫରୁ କୋରାପୁଟ ଜିଲ୍ଲାର ସେମିଳିଗୁଡାର ଇମ୍ପେରିଆଲ ଇନ୍ ହୋଟଲରେ ଏକ ପ୍ରେସ ମିଟ୍ ଆୟୋଜିତ ହୋଇଥିଲା ।ଏଥିରେ ଆଇଓସିଏଲ ଓଡ଼ିଶାର ପ୍ରମୁଖ ମୁଖ୍ଯ ମହାବ୍ଯବସ୍ଥାପକ କମଲ ଶୀଳ, କୋରାପୁଟ ଯୋଗାଣ ଅଧିକାରୀ ସର୍ବେଶ୍ଵର ନାୟକ, ଆଇଓସିଏଲ ଓଡ଼ିଶା ଏଲପିଜିର ମୁଖ୍ଯ ମହା ବ୍ଯବସ୍ଥାପକ ନାରୋ ଟୁଣ୍ଡୁପ, କର୍ପୋରେଟ ସମନ୍ବୟ ଓ ପରିକଳ୍ପନାର ମହାବ୍ଯବସ୍ଥାପକ ସୁସ୍ମିତା ତ୍ରିପାଠୀ,ସମ୍ବଲପୁର ଡିଭିଜନର ଉପ ମହାବ୍ଯବସ୍ଥାପକ ସନ୍ତୋଷ କୁମାର ପ୍ରମୁଖ ମଞ୍ଚାସୀନ ଥିଲେ ।କୋରାପୁଟ ଜିଲ୍ଲାର ଶତାଧିକ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ।ପୂର୍ବରୁ ବଞ୍ଚିତ କୋରାପୁଟ ଜିଲ୍ଲାର ଆଦିବାସୀ ଓ ଅନ୍ଯାନ୍ଯ ସମ୍ପ୍ରଦାୟର ମହିଳାମାନଙ୍କୁ ପରିବାର ପିଛା ନିଶୁଳ୍କ ଗ୍ଯାସ ସଂଯୋଗୀକରଣ ଓ ବିଭିନ୍ନ ସୁବିଧା,ସରକାରଙ୍କ ପ୍ରାବଧାନ ବିଷୟରେ ଆଲୋକପାତ କରିଥିଲେ ।ପ୍ରତି ଗ୍ରାମ,ଅଞ୍ଚଳରେ ପ୍ରତିନିଧିଗଣ ଉପସ୍ଥିତ ରହି ତନଖି କରି ଉଜ୍ଜ୍ବଳ ଯୋଜନାର ଲୋକାଭିମୁଖି ପ୍ରତି ଧ୍ୟାନ ଦେବେ ।ଆବେଦନ ପ୍ରକିୟାର ସରଳୀକରଣ ସଂପର୍କରେ ବିସ୍ତ୍ରୁତ ବର୍ଣ୍ଣନା କରିଥିଲେ ।