logo

ଦୁର୍ଗମ ପାଲି ଗୁମାଣ୍ଡିରେ ୩୯ଜଣଙ୍କ ଚକ୍ଷୁ ପରୀକ୍ଷଣ ଅନୁଷ୍ଠିତ। କୋରାପୁଟ। ତା୧୩/୧୨/୨୫(ଶନିବାର)

ଦୁର୍ଗମ ପାଲିଗୁମାଣ୍ଡିରେ ୩୯ଜଣଙ୍କ ଚକ୍ଷୁ ପରୀକ୍ଷା
ଦାମନଯୋଡ଼ି,୧୩/୧୨:କୋରାପୁଟ ବ୍ଲକ ଡୁମୁରିପଦର ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ପାଲିଗୁମାଣ୍ଡି ଗ୍ରାମରେ ଜିଲ୍ଲା ଭ୍ରାମ୍ୟମାଣ ଦୃଷ୍ଟିକେନ୍ଦ୍ର ପକ୍ଷରୁ ଶନିବାର ଏକ ଚକ୍ଷୁପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ୩୯ଜଣ ବ୍ୟକ୍ତି ଯୋଗଦେଇ ଚକ୍ଷୁ ପରୀକ୍ଷା କରାଇଥିଲେ।ସେଥିମଧ୍ୟରୁ ୧୧ଜଣଙ୍କର ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା ବେଳେ ଦୃଷ୍ଟିଦୋଷ ଥିବା ୨ଜଣଙ୍କୁ ଚଷମା ପରୀକ୍ଷା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ରେଫର୍ କରାଯାଇଥିଲା।ମୋତିଆବିନ୍ଦୁ ରୋଗୀଙ୍କ କୋରାପୁଟରେ ମାଗଣା ଅସ୍ତ୍ରୋପଚାର ବ୍ୟବସ୍ଥା ରହିଛି।ଶିବିରରେ ମାଗଣା ଔଷଧ ବଣ୍ଟନ ସହିତ ରୋଗୀଙ୍କର ରକ୍ତଶର୍କରା ଓ ରକ୍ତଚାପ ପରୀକ୍ଷା ମଧ୍ୟ ହୋଇଥିଲା।ମାଥାଲପୁ୍ଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁମନ କୁମାର ଟପ୍ନୋଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରରେ ଚକ୍ଷୁ ଅଧିକାରୀ ବିଜୟ କୁମାର ଆଚାର୍ଯ୍ୟ ଚକ୍ଷୁ ପରୀକ୍ଷା କରିଥିଲେ।ବିପିଏମ ନୀଳକଣ୍ଠ ପାଣି ଓ ପିଏଚଇଓ ବିଜୟ ଖିଲଙ୍କ ନେତୃତ୍ବରେ ଅନୁଷ୍ଠିତ ଶିବିରରେ ସୁପରଭାଇଜର ମକର ଜାନି,ସ୍ଵାସ୍ଥ୍ୟକର୍ମୀ ମାନସ କୁମାର ସ୍ବାଇଁ ଓ ଗୀତାଞ୍ଜଳି ଧଳ ଉପସ୍ଥିତ ରହି ପରିଚାଳନା କରିଥିଲେ।ଆଶାକର୍ମୀ ସୁକାନ୍ତି ଖରା,ଅଙ୍ଗନୱାଡ଼ି କର୍ମୀ ସସ୍ମିତା ସାଉନ୍ତା,ସହାୟିକା ଅନୁମତି ନାୟକ ସହଯୋଗ କରିଥିଲେ।

41
2264 views