logo

ଅନ୍ବେଷା ହଷ୍ଟେଲ ଛାତ୍ର ଛାତ୍ରୀଙ୍କ ସଫଳତା।

ଅନ୍ବେଷା ହଷ୍ଟେଲ ଛାତ୍ର ଛାତ୍ରୀଙ୍କ ସଫଳତା।
-------‐----------------------------------
କେନ୍ଦୁଝର ଜିଲ୍ଲାର ଅନୁସୂଚିତ ଜାତି ଓ ଅନୁସୂଚୀତ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଅନ୍ବେଷା ଛାତ୍ରାବାସ ଡି ଡି କଲେଜ ର ଛାତ୍ର ଛାତ୍ରୀଙ୍କ କ୍ରୀଡା ପ୍ରତି ଆକୃଷ୍ଟ ହୋଇ ବିଦ୍ୟାଳୟର ବାର୍ଷିକ ଖେଳ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି ।କେନ୍ଦୁଝର ନିର୍ମଳା କନଭେଣ୍ଟ ସ୍କୁଲ ର ବାର୍ଷିକ ଖେଳକୁଦ ମହୋତ୍ସବ ରେ କେନ୍ଦୁଝର ଅନ୍ଵେଷା ହଷ୍ଟେଲ ର ଛାତ୍ରୀ ଡଲି ମାଝୀ,ଦେବଯାନୀ ମାଝି, ଗାୟତ୍ରୀ ଜେନା, ଅର୍ଚ୍ଚନା ନାୟକ, ନମିତା ନାଏକ ଖୋ ଖୋ ଖେଳ ରେ ପ୍ରଥମ ପୁରସ୍କାର ଭାବରେ ଗୋଲ୍ଡ ମେଡ଼ାଲ ପାଇଛନ୍ତି ।କବାଡି ଖେଳ ପ୍ରଦର୍ଶନ ରେ ଡଲି ମାଝି, ଦେବଯାନୀ ମାଝି ରୌପ୍ୟ ପଦକ ହାସଲ କରିଛନ୍ତି । ରିଲେ ଖେଳ ରେ ଚିତ୍ରରେଖା ମାଝି ବ୍ରୋଞ୍ଜ ପଦକ ଓ ଡଲି ମାଝି ରୌପ୍ୟପଦକ ହାସଲ କରି ଅନ୍ବେଷା ହଷ୍ଟେଲ କୁ ଗୌରବାନ୍ୱିତ କରିଛନ୍ତି । ସେହିପରି ବାଳକ ବର୍ଗର ସିନିୟର ଦୀପକ ମାଝୀ, ମିହିର ରଞ୍ଜନ ଜେନା, ପଙ୍କଜ ମାଝୀ, ସମ୍ଭୁନାଥ ମାଝି, ଅଂଶୁମାନ ଜେନା, ରାମଚନ୍ଦ୍ର ମୁର୍ମୁ, ବିକାଶ ନାଏକ ଖୋ ଖୋ ରେ ସୂର୍ଣ୍ଣ ପଦକ ହାସଲ କରିଛନ୍ତି ଏବଂ କବାଡି ପ୍ରତିଯୋଗିତାରେ ରୌପ୍ୟପଦକ ଜିତିଛନ୍ତି। ସିନିୟର୍ ବାଳକ କବାଡିବ ଖେଳ ରେ ଗୋବିନ୍ଦ ଲାଲ ଟୁଡୁ ସୂର୍ଣ୍ଣ ପଦକ ,ଅଖିଳ ନାଏକ ଓ ସିପୁନ ମାଝି ଖୋ ଖୋ ରେ ରୌପ୍ୟପଦକ ,100 ମିଟର ଦୌଡ ରେ ଦୀପକ ମାଝି ରୌପ୍ୟପଦକ 200ମିଟର ରେ ବ୍ରୋଞ୍ଜ ପଦକ, 400 ମିଟର ଦୌଡ ରେ ମିହିର ରଞ୍ଜନ ଜେନା ରୌପ୍ୟପଦକ ହାସଲ କରି ଅନ୍ବେଷା ହଷ୍ଟେଲ ର ସୁନାମ ଆଣିଛନ୍ତି ।ପ୍ରକାଶ ଥାଉ କି ହଷ୍ଟେଲ ର ବହୁ ଛାତ୍ର ଛାତ୍ରୀ ବିଭିନ୍ନ ଖେଳ ରେ ସକ୍ରିୟ ଅଂଶଗ୍ରହଣ କରି ଜିଲ୍ଲା ଓ ରାଜ୍ଯ ବାହାର ଉନ୍ନତ ଖେଳ ପ୍ରଦର୍ଶନ କରି ବିଦ୍ୟାଳୟ ଓ ହଷ୍ଟେଲ ର ସୁନାମ ଅର୍ଜନ କରିଛନ୍ତି ।ଏଥିନେଇ ହଷ୍ଟେଲ ପରିଚାଳକ ସନ୍ତୋଷ କୁମାର ସାହୁ ଓ ସହ ପରିଚାଳକ ବିକାଶଦାସ, ଓ୍ବାଡେନ ଋକ୍ମଣୀମହାନ୍ତ, ମେଟ୍ରୋନ,ସିସିଏ ଓ ଅଭିଭାବକ ଖୁସିବ୍ଯକ୍ତ ହେବାସହ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

ମନୋଜ ମହାନ୍ତ (ପଟେଲ) ଙ୍କ ରିପୋର୍ଟ, ମୋବାଇଲ: 95566 80504

21
1385 views
1 comment  
  • Shaik Ismail Zabiulla

    I am also with you in the service of HEALTHY SOCIETY AND HUMANITY