logo

ଖମୁଆଁ ଗ୍ରାମରେ ମା ବଢ଼େଇ ଶୁଣୀ ଙ୍କ ବାଲି ଉଷା ଉଦଯାପିତ।

ଖମୁଆଁ ଗ୍ରାମରେ ମା ବଢ଼େଇ ଶୁଣୀ ଙ୍କ ବାଲି ଉଷା ଉଦଯାପିତ।

ପାଟଣା-ପାଟଣା ବ୍ଲକ ସାରାସକୋଲା ଗ୍ରାମ ପଞ୍ଚାୟତ ର ଖମୁଆଁ ଗ୍ରାମରେ ମା ବଢ଼େଇ ଶୁଣି ଠାକୁରାଣୀ ଙ୍କ ବାଲି ଉଷା ଆଜି ଉଦଯାପିତ ହୋଇ ଯାଇଛି।ଚଳିତ ବର୍ଷ ଭାଦ୍ରବ ମାସ ରୁ ଏହି ଉଷା ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଛି। ଗ୍ରାମରେ ଏହି ବାଲି ଓଷା ପର୍ଵ ବହୁ ବର୍ଷ ହେଲା ପାଳିତ ହୋଇଆସୁଛି।ଏହି ପର୍ଵ କୁ ଅତି ନିଷ୍ଠାର ସହିତ ପାଳନ କରା ଯାଇଥାଏ। ସେଥି ପାଇଁ ଭକ୍ତମାନେ ଠାକୁରାଣୀ ଙ୍କ ପାଖରେ ନଡ଼ିଆ, କଦଳୀ, ସେଓ, ଅଙ୍ଗୁର, ଡାଳିମ୍ବ ଆଦି ଫଳ ଭୋଗ ସହିତ ବଳି ପ୍ରଥାରେ କୁକୁଡ଼ା , ବୋଦା, ଓ ଅନ୍ୟାନ୍ୟ ଭୋଗ ଅର୍ପଣ କରି ମାନସିକ କରିଥିଲେ।ପ୍ରତିଦିନ ଠାକୁରାଣୀ ଙ୍କ ସ୍ତୁତି ଗାନ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମେଲୋଡି ଓ କଣ୍ଢେଇ ନାଚ ପରିବେଷଣ କରାଯାଉଥିଲା।ଏହି ବାଲି ଉଷା କୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଶହ ଶହ ଭକ୍ତ ଆସି ଯୋଗ ଦେଇଥିଲେ।ମାନସିକ କରିଥିବା ଭକ୍ତମାନେ ନିଆଁ ଖନ୍ଦା ରେ ଚାଲିବା ଏକ ଐସରିକ ଶକ୍ତି ର ବିଶ୍ୱାସ କୁ ଦୃଢ଼ କରିଥିଲା। ଏହି ଉଷା କୁ ଗ୍ରାମ ଠାକୁରାଣୀ ଙ୍କ ପୂଜକ ଯତୀନ୍ଦ୍ର ଦେହୁରୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଗାଉଣୀ ଭାବରେ ଭୁବନ ନାଏକ ଠାକୁରାଣୀ ଙ୍କ ସ୍ତୁତି ଗାନ କରିଥିଲେ।ଏହି ଉଷାରେ ଖମୁଆଁ ଗ୍ରାମର ସମସ୍ତ ଗ୍ରାମବାସୀ ବୃନ୍ଦ ପରିଚାଳନା କରିବାରେ ସହଯୋଗ କରିଥିଲେ।

ପାଟଣା ଅଞ୍ଚଳ ରୁ ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ, ମୋବାଇଲ: 94392 11178

26
1077 views