logo

ବିଶିଷ୍ଟ ଶିକ୍ଷାବିତଙ୍କ ପରଲୋକ।

ବିଶିଷ୍ଟ ଶିକ୍ଷାବିତଙ୍କ ପରଲୋକ।

ବର୍ଷିୟାନ ଶିକ୍ଷାବିତ ତଥା ପୂର୍ବତନ ସମବାୟ ଅଧିକାରୀ ଗିରିଧାରୀ ବେହେରାଙ୍କ 93ବର୍ଷରେ ପରଲୋକ ହୋଇଯାଇଛି l ତାଙ୍କ ମରଶରୀରକୁ ଶେଷ ଦର୍ଶନ କରିବା ଲାଗି ଘସିପୁରା ବ୍ଲକ ଲୁଣହାର ଗ୍ରାମରେ ବହୁ ମାନ୍ୟଗଣ୍ୟ ଲୋକଙ୍କର ଭିଡ଼ ହୋଇଥିଲା l ସ୍ୱାଧୀନତା ପରବର୍ତୀ କାଳରେ ଭଦ୍ରକ କଲେଜରୁ 1952ମସିହାରେ ଉଚ୍ଚଶିକ୍ଷା ଲାଭ କରି କେଶଦୁଆରପାଳ ହାଇସ୍କୁଲରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ସମବାୟ ବିଭାଗରେ ବରିଷ୍ଟ ଅଧିକାରୀ ଭାବେ ସୁଚାରୁ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ l ତାଙ୍କର କାର୍ଯ୍ୟଦକ୍ଷତା ଏବଂ ସଚୋଟତା ନିମନ୍ତେ ସେ ବେଶ ସୁନାମ ଅର୍ଜନ କରିଥିଲେ l ଗାଁ ସ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ ହୋଇଥିବାବେଳେ ବଡ଼ପୁଅ ଦେବବ୍ରତ ବେହେରା ମୁଖାଗ୍ନି ଦେଇଥିଲେ l ତାଙ୍କ ପରଲୋକରେ ସାଂସଦ ଅନନ୍ତ ନାଏକ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କ ଅମର ଆତ୍ମା ପ୍ରତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ l ସୂଚନାଯୋଗ୍ୟ ଚମ୍ପୁଆ ବିଧାୟକଙ୍କ ଜିଲ୍ଲାପ୍ରତିନିଧି ତଥା ସମାଜସେବୀ ସଂଜୀବ ବେହେରାଙ୍କ ବଡବାପା ଅଟନ୍ତି ସ୍ବର୍ଗତ ଗିରିଧାରୀ ବେହେରା l ଏବଂ ଜଣାଶୁଣା ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ ଶତ୍ରୁଘନ ବେହେରାଙ୍କ ସେ ଜେଷ୍ଟଭ୍ରାତା ଅଟନ୍ତି l ତାଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି l

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ,
ମୋବାଇଲ ନମ୍ବର 9437627342

54
1570 views