logo

ଦୈନିକ ବଜାର ର ପଛ ପାର୍ଶ୍ବରେ ରହିଥିବା ଯାତାୟାତ ରାସ୍ତାକୁ ନବୀକରଣ କରାଯାଇଛି।

ଦୈନିକ ବଜାର ର ପଛ ପାର୍ଶ୍ବରେ ରହିଥିବା ଯାତାୟାତ ରାସ୍ତାକୁ ନବୀକରଣ କରାଯାଇଛି।

ପିଡବ୍ଲ୍ୟୁଡି କାର୍ଯ୍ୟାଳୟ ଆଡକୁ ଲମ୍ବିଥିବା ମୁଖ୍ଯ ଯାତାୟାତ ରାସ୍ତାରୁ ଜବରଦଖଲ ମୁକ୍ତ କରାନଗଲେ ଟ୍ରାଫିକ ସମସ୍ୟା ହେଉଥିବ।

କେନ୍ଦୁଝର: ୧୩/୧୨, କେନ୍ଦୁଝର ସହରର ମଧ୍ଯରେ ପିଡବ୍ଲ୍ୟୁଡି କାର୍ଯ୍ୟାଳୟ ପାର୍ଶ୍ବରୁ ଦୈନିକ ବଜାର ଭିତରକୁ ତଥା ରାହାସ ମନ୍ଦିର କୁ ଯିବା ପାଇଁ ଯେଉଁ ଗଳି ରାସ୍ତା ରହିଛି। ସେହି ଯାତାୟାତ ରାସ୍ତାକୁ କେନ୍ଦୁଝର ଗଡ଼ ପୌର ପ୍ରଶାସନ ତରଫରୁ ନୂତନ ଭାବରେ ଫେବର ବ୍ଲକ ପକାଇ ନବୀକରଣ କରାଯାଇଛି। ବର୍ତ୍ତମାନ ଉକ୍ତ ଯାତାୟାତ ରାସ୍ତା ସଂପୂର୍ଣ୍ଣ ରୂପରେ ଅଳିଆ ଆବର୍ଜନା ମୁକ୍ତ ରହିଛି। ଏହି କିଛିଦିନ ପୂର୍ବରୁ ଉକ୍ତ ଯାତାୟାତ ରାସ୍ତାକୁ ନବୀକରଣ କରାଯାଇଛି। କିନ୍ତୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପାର୍ଶ୍ବରେ ପିଡବ୍ଲ୍ୟୁଡି କାର୍ଯ୍ୟାଳୟ ଆଡକୁ ଲମ୍ବିଥିବା ମୁଖ୍ଯ ଯାତାୟାତ ପାଦଚଲା ରାସ୍ତାରେ ପରିବା ବେପାରୀମାନଙ୍କର କବଜା ରୁ ମୁକ୍ତ କରିବା ନିତାନ୍ତ ଜରୁରୀ। ଯେହେତୁ ଉକ୍ତ ଯାତାୟାତ ରାସ୍ତା ବହୁତ ସଙ୍କିର୍ଣ୍ଣ ମଟରଯାନ ତଥା ପଥଚାରୀ ଯାତାୟାତ କରିବାରେ ସମସ୍ୟା ହେଉଥିବା ପରିଲକ୍ଷିତ ହେଉଛି। ଲୋକେ ପରିବା ବେପାରି ମାନଙ୍କ ଠାରୁ ପରିବା କିଣିବା ପାଇଁ ନିଜ ନିଜର ମଟରଯାନ ଗୁଡିକ ରାସ୍ତା ରେ ରଖିବା କାରଣରୁ ଅନ୍ୟମାନଙ୍କ ଯାନବାହାନ ଗମନାଗମନରେ ଟ୍ରାଫିକ ସମସ୍ୟା ଉତ୍ପନ୍ନ ହେଉଛି। ଏହାବ୍ୟତୀତ ପଥଚାରୀ ମାନଙ୍କ ଯାତାୟାତ ରାସ୍ତାକୁ ପରିବା ବେପାରିମାନେ କବଜା କରିବା କାରଣରୁ ପଥଚାରୀ ମାନେ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଉକ୍ତ ସର୍ବସାଧାରଣଙ୍କ ଯାତାୟାତ ରାସ୍ତାକୁ ପରିବା ବେପାରି ମାନଙ୍କ ଠାରୁ ଜବରଦଖଲ ମୁକ୍ତ କରାନଗଲେ, ଆଗାମୀ ଦିନରେ ମଟରଯାନ ଦୁର୍ଘଟଣାରେ ଲୋକଙ୍କ ଜୀବନ ସଂକଟରେ ପଡିବ। ଏହା ବ୍ୟତୀତ ଯାତାୟାତ କ୍ଷେତ୍ରରେ ଟ୍ରାଫିକ ସମସ୍ୟା ବ୍ରୁଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପ୍ରଶାସନ ତରଫରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ନିତାନ୍ତ ଜରୁରୀ।

ପୁରୁଷୋତ୍ତମ ପାତ୍ର, କେନ୍ଦୁଝର ଙ୍କ ରିପୋର୍ଟ, ମୋବାଇଲ: ୮୪୫୬୦୫୨୮୭୬

16
1112 views