logo

ମୁଁ କେମିତି କା ଭକତ - ଶରତ କୁମାର ସାହୁଙ୍କ ଦ୍ବାରା ରଚିତ କବିତା।

ମୁଁ କେମିତି କା ଭକତ

🙏🙏🙏🙏🙏
ମୁଁ ଅଧମ ମୂର୍ଖ ତୋ ଭକତ
ଡାକେ ତୋତେ ଆତୁରେ ଜଗନ୍ନାଥ ।
ତୁମେ ଅଛ ବୋଲି ହୃଦୟ ଜାଣେ
ମନ ଖୋଜେ ତୋତେ ଏଣେ ତେଣେ।
ନାଁ ମୁଁ ପ୍ରହଲ୍ଲାଦ ନାଁ ମୁଁ ଦାସିଆ
ଦୟା ରଖିଥିବୁ ଜଗା କାଳିଆ।
ମୁଁ କେମିତିକା ଭକତ 🙏
ମୁଁ ହତଭାଗା ତୋର ଚାକର
ଭଜେ ତୋତେ କଳାଠାକୁର।
ତୁମକୁ ଦେଖିନି କିଏ କହିବ
ତୋ ଚକାଆଖିରେ କେତେ ଭାବ।
ନାଁ ମୁଁ ସାଲବେଗ ନାଁ ମୁଁ ହନୁମାନ
ଦୁରେଇ ଦେବୁନି ଚକାନୟନ।
ମୁଁ କେମିତି କା ଭକତ 🙏
🙏🙏🙏🙏🙏
ଶରତ କୁମାର ସାହୁ, ପୁରୁଣା ସହର, କେନ୍ଦୁଝରଗଡ।

13
612 views