ଢଗ କହୁଥିଲେ ଆଈ - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।
ଢଗ କହୁଥିଲେ ଆଈ
ନୀଳମଣି ଚାନ୍ଦ
"ଢେଙ୍କା, ଯିବ ତିନିଜଣ
ଆସିବ ଏକା।"
ଏମିତି ଢଗ,କହୁଥିଲା ଆଈ
ଯା ନାଆଁ ରଙ୍ଗ।
ବ୍ୟାସକବି, ଲେଖିଥିଲେ ନିଜେ
ସେ ଅନୁଭବି ।
ସେ ବେଳେ ଢେଙ୍କା, ଥିଲାରେ ବିପଦ
ଜଙ୍ଗଲ ଝଙ୍କା ।
ପଥରେ ରହି,ଚୋର ନେଉଥିଲେ
ଛଡ଼େଇ ନେଇ ।
ସେ ଆକ୍ରମଣ, ନେଉଥିଲା କେତେ
ପଥିକ ପ୍ରାଣ ।
ସେଇଥି ପାଇଁ, ଗଲେ ତିନି ଜଣ
ଫେରନ୍ତି ନାହିଁ ।
ଢେଙ୍କାଟି ଅଛି, ନାହିଁ ଘଞ୍ଚ ବଣ
ଆଜିରେ ଵଞ୍ଚି ।
ଜିଲ୍ଲାର କଥା,କହିଲେ ଶୁଣିକି
ହଲାଅ ମଥା ।
ପୁରୁଣିଆଁ, ଶାଳପଡ଼ା, ଆନନ୍ଦପୁର
କେନ୍ଦୁଝର, ମୋ:୯୫୮୩୨୦୨୩୫୭