logo

ଅଦାଲତ ପରିସରରେ ସର୍ବଭାରତୀୟ ସ୍ୱାସ୍ଥ୍ୟ କଭରେଜ ଦିବସ ପାଳିତ l

ଅନୁଗୋଳ (କରୁଣାକର ନାୟକ)୧୨/୧୨ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ସିଭିଲ ଅଦାଲତ ପରିସରରେ ତାଲୁକ ଆଇନସେବା କମିଟି ପକ୍ଷରୁ ଶୁକ୍ରବାର ସର୍ବଭାରତୀୟ ସ୍ୱାସ୍ଥ୍ୟ କଭରେଜ ପର୍ଯ୍ୟବେକ୍ଷଣ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ତାଲୁକ ଆଇନସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର ଯୋଗଦେଇ ମଣିଷର ସ୍ୱାସ୍ଥ୍ୟ ହିଁ ତାର ସମ୍ପଦ ଓ ସେଥିପାଇଁ ସମସ୍ତେ ନିଜନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ ବୋଲି କହିଥିଲେ l ମିଳିତ ଜାତିସଂଘ ର ରେଜୋଲୁସନ ଅନୁଯାଇ ଡିସେମ୍ବର ୧୨ ତାରିଖ ରେ ଏହି ଦିବସ ଟି ପାଳନ କରାଯିବାକୁ ସ୍ଥିର କରାଯାଇଛି l ସମ୍ମାନିତ ଅତିଥିଭାବେ ସବଜଜ ଲିଙ୍କି ପ୍ରିୟା ସାହୁ ଓ ଏସଡ଼ିଜେଏମ ସିଙ୍କୁନ ରାୟ ଉପସ୍ଥିତ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆଠମଲ୍ଲିକ ଓକିଲସଂଘ ଓ କ୍ରିମିନାଲ କୋର୍ଟ ଓକିଲସଂଘ ର ଆଇନଜୀବୀମାନେ, ୩ କୋର୍ଟ ର କର୍ମଚାରୀ ଓ ତାଲୁକ ଆଇନସେବା କମିଟି ସମ୍ପାଦକ ଅମିତ କୁମାର ନାୟକ, ସିଦ୍ଧାର୍ଥ ମହାନ୍ତି, ଗୋବିନ୍ଦ ମାର୍ଣ୍ଡି ଉପସ୍ଥିତ ଥିଲେ l

65
1840 views