ପ୍ରଗତି ପାଳୁଛି ସୁବର୍ଣ୍ଣ ଜୟନ୍ତୀ - ଉର୍ମିଳା ମହାନ୍ତଙ୍କ ଦ୍ବାରା ରଚିତ କବିତା।
*ପ୍ରଗତି ପାଳୁଛି ସୁବର୍ଣ୍ଣ ଜୟନ୍ତୀ*
ସୁବର୍ଣ୍ଣ ଜୟନ୍ତୀ ଆସିଛି ଭାଇରେ
ବିଦ୍ୟାଳୟ ର ଆମରି
ମନରେ ଉତ୍ସାହ ପୁଣି ଉନ୍ମାଦନା
ଆଣେ ଖୁସିର ଲହରୀ ||
ଉଣେଇଶ ଶହ ପଚସତରି ରୁ
ଦୁଇ ହଜାର ପଚିଶି
ପଚାଶ ବରଷ ପୂରଣ ହୋଇଣ
ସ୍ବର୍ଣ୍ଣ ଜୟନ୍ତୀ ଆସିଛି ||
ଆସ ଛାତ୍ରବନ୍ଧୁ ଆଗ୍ରହରେ ଆସ
ସଭିଏଁ ହୁଅ ଏକାଠି
ହୋଇ ବିନ୍ଦୁ ବିନ୍ଦୁ କରିଦିଅ ସିନ୍ଧୁ
ସ୍ୱର୍ଣ୍ଣିମ ହେଉ ପ୍ରଗତି ||
ପ୍ରଗତିର ଛାତ୍ର ସ୍ୱର୍ଣ୍ଣିମ ଉତ୍ସବେ
ରହୁ ତୁମ ଯୋଗଦାନ
ହୋଇଣ ଏକତ୍ର ସାଙ୍ଗସାଥି ସବୁ
କରିବା ଆମେ ପାଳନ ||
ପଚାଶ ବରଷ ପୂରତି କରିଲା
ଏଇ ଆମ ବିଦ୍ୟାଳୟ
ପ୍ରଗତିର ବାନା ଉଡୁଥାଉ ଉଚେ
ରହୁ ତା ନାମ ଅକ୍ଷୟ ||
କେହି ଭୁଲି ନାହିଁ ଭୁଲିବେ ବି ନାହିଁ
ନିଜ ବିଦ୍ୟାଳୟ କଥା
ନିଜକୁ ପଚାର ପାଇବ ଉତ୍ତର
ରହିଛି ଯେ କେତେ ଗାଥା ||
କେତେ ଯେ ସପନ ଦେଖୁ ଥିଲେ ଆମେ
ଗଢିବା ପାଇଁ ଜୀବନ
ତାରି ଅବଦାନ କରିଲା ପୂରଣ
ତା ଚରଣେ ରହୁ ମନ ||
କେତେ ସ୍ବପ୍ନ ଆମ ହୋଇଛି ପୂରଣ
ଏଠାକାର ଶିକ୍ଷା ପାଇ
ଶ୍ରେଣୀଗୃହ ଆଉ ପ୍ରାଚୀର ପ୍ରାନ୍ତର
ରହିଅଛି ସାକ୍ଷୀ ହୋଇ||
ଆଜି ଏତେବେଳେ ନୀରବ ନ ରହି
ଆୟୋଜନ କରିଦେବା
ଗୌରବ ଦିବସେ ସାମିଲ ହେବାକୁ
ଆମେ ସବୁ ଛାତ୍ର ଯିବା ||
Written by - Urmila Mahanta, Kendujhar (Odisha), Mobile: 78480 88157