logo

ପ୍ରଗତି ପାଳୁଛି ସୁବର୍ଣ୍ଣ ଜୟନ୍ତୀ - ଉର୍ମିଳା ମହାନ୍ତଙ୍କ ଦ୍ବାରା ରଚିତ କବିତା।

*ପ୍ରଗତି ପାଳୁଛି ସୁବର୍ଣ୍ଣ ଜୟନ୍ତୀ*

ସୁବର୍ଣ୍ଣ ଜୟନ୍ତୀ             ଆସିଛି ଭାଇରେ
          ବିଦ୍ୟାଳୟ ର ଆମରି
ମନରେ ଉତ୍ସାହ            ପୁଣି ଉନ୍ମାଦନା
          ଆଣେ ଖୁସିର ଲହରୀ ||

ଉଣେଇଶ ଶହ         ପଚସତରି ରୁ
          ଦୁଇ ହଜାର ପଚିଶି
ପଚାଶ ବରଷ         ପୂରଣ ହୋଇଣ
          ସ୍ବର୍ଣ୍ଣ ଜୟନ୍ତୀ ଆସିଛି ||

ଆସ ଛାତ୍ରବନ୍ଧୁ        ଆଗ୍ରହରେ ଆସ
       ସଭିଏଁ ହୁଅ ଏକାଠି
ହୋଇ ବିନ୍ଦୁ ବିନ୍ଦୁ     କରିଦିଅ ସିନ୍ଧୁ
         ସ୍ୱର୍ଣ୍ଣିମ ହେଉ ପ୍ରଗତି ||

   ପ୍ରଗତିର ଛାତ୍ର      ସ୍ୱର୍ଣ୍ଣିମ ଉତ୍ସବେ
        ରହୁ ତୁମ ଯୋଗଦାନ
ହୋଇଣ ଏକତ୍ର       ସାଙ୍ଗସାଥି ସବୁ
       କରିବା ଆମେ ପାଳନ ||

ପଚାଶ ବରଷ     ପୂରତି କରିଲା
      ଏଇ ଆମ ବିଦ୍ୟାଳୟ
ପ୍ରଗତିର ବାନା      ଉଡୁଥାଉ ଉଚେ
      ରହୁ ତା ନାମ ଅକ୍ଷୟ ||

କେହି ଭୁଲି ନାହିଁ     ଭୁଲିବେ ବି ନାହିଁ
          ନିଜ ବିଦ୍ୟାଳୟ କଥା
ନିଜକୁ ପଚାର      ପାଇବ ଉତ୍ତର
    ରହିଛି  ଯେ କେତେ ଗାଥା ||

କେତେ ଯେ ସପନ      ଦେଖୁ ଥିଲେ ଆମେ
          ଗଢିବା ପାଇଁ ଜୀବନ
ତାରି  ଅବଦାନ           କରିଲା ପୂରଣ
          ତା ଚରଣେ ରହୁ ମନ ||

କେତେ ସ୍ବପ୍ନ ଆମ       ହୋଇଛି ପୂରଣ
         ଏଠାକାର ଶିକ୍ଷା ପାଇ
ଶ୍ରେଣୀଗୃହ ଆଉ        ପ୍ରାଚୀର ପ୍ରାନ୍ତର
      ରହିଅଛି ସାକ୍ଷୀ ହୋଇ||

ଆଜି ଏତେବେଳେ      ନୀରବ ନ ରହି
        ଆୟୋଜନ କରିଦେବା
ଗୌରବ ଦିବସେ        ସାମିଲ ହେବାକୁ
      ଆମେ ସବୁ ଛାତ୍ର ଯିବା ||

Written by - Urmila Mahanta, Kendujhar (Odisha), Mobile: 78480 88157

26
2273 views