logo

କେନ୍ଦୁଝର ପୋଲିସର ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।

କେନ୍ଦୁଝର ପୋଲିସର ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।

କେନ୍ଦୁଝର, ତା୧୧/୧୨- ଆଜି କେନ୍ଦୁଝର ଅଡିଟୋରିୟମରେ କେନ୍ଦୁଝର ପୋଲିସ ପକ୍ଷରୁ ସାଇବର ସେଫଟି କ୍ୟାମ୍ପେନ ଓଡିଶା ୨୦୨୫ ଆୟୋଜିତ ହୋଇଯାଇଛି। ମାସାଧିକ କାଳ ଏହି କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଯୁବଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀ, କଲେଜ ଛାତ୍ରଛାତ୍ରୀ, ଡାକ୍ତରୀ ଛାତ୍ରଛାତ୍ରୀ, ସାଧାରଣ ନାଗରିକ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ରାଜନୈତିକ ଦଳ ସଦସ୍ୟ ଶହ ଶହ ସଂଖ୍ୟାରେ ଉପସ୍ଥିତି ଜାହିର କରି ଏହି ସଚେତନତା ସମାରୋହରୁ ବହୁ ଜ୍ଞାତବ୍ୟ ତଥ୍ୟ ଆହାରଣ କରିଥିଲେ। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ମୁଖ୍ୟଅତିଥି, ଜିଲ୍ଲାପାଳ ବିଶାଳ ସିଂ ସମ୍ମାନିତ ଅତିଥି, କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, କେନ୍ଦୁଝର ପୌର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଅନ୍ୟତମ ଅତିଥି, ବ୍ରାଣ୍ଡ ଅମ୍ବାସାଡର ଓଲିଉଡ଼ର ଚର୍ଚ୍ଚିତ ଅଭିନେତ୍ରୀ ଏଲିନା ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ସାଇବର ସଚେତନତା ସମ୍ପର୍କରେ ମତାମତ ପ୍ରଦାନ କରି ସତର୍କ ରହିବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମର କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ସଭାପତିତ୍ୱ କରିଥିଲେ। ବିଭିନ୍ନ ସଚେତନଧର୍ମୀ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ ସହିତ କ୍ଷୁଦ୍ର ନାଟକ ଓ ସଂଗୀତ ପରିବେଷଣ କରାଯିବା ସହିତ ରାଜ୍ୟରେ ସର୍ବ ପ୍ରଥମ ଥର ପାଇଁ ଅନୁସନ୍ଧାନ ପୋର୍ଟାଲ, ଇ ଡ୍ୟୁଟି ପରିଚାଳନା, ଇ ବିଟ ଓ ପ୍ରୋଜେକ୍ଟ ରାକ୍ଷୀର ଶୁଭ ଉନ୍ମୋଚନ କରାଯାଇଥିଲା। ଏହା ମାଧ୍ୟମରେ ସାଧାରଣ ଜନତା ତୁରନ୍ତ ସମସ୍ତ ପ୍ରକାର ପୋଲିସ ସେବା ପାଇବା ସହିତ ସାଇବର ସୁରକ୍ଷା ପାଇପାରିବେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଭାସୀ ମାଧ୍ୟମରେ ସମବେତ ଗୋଷ୍ଠୀଙ୍କୁ ସାଇବର ସଚେତନତା ସମ୍ପର୍କରେ ଶପଥ ପାଠ କରାଇଥିଲେ। ଏ ଅବସରରେ ଆୟୋଜିତ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସାଇବର ଏକ୍ସପର୍ଟଗଣ ଉନ୍ମୋଚିତ ପୋର୍ଟାଲର ବ୍ୟବହାର ଓ ଉପକାରିତା ସମ୍ପର୍କରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ, ମୋବାଇଲ: 94373 78792

14
839 views