ବାରମ୍ବାର ଅଭିଯୋଗ ପରେ ଲଟା ବୁଦା ସଫା ହୋଇ ପାରିଲା ନାହିଁ!
ବାରମ୍ବାର ଅଭିଯୋଗ ପରେ ଲଟା ବୁଦା ସଫା ହୋଇ ପାରିଲା ନାହିଁ! ପାଟଣା: ପାଟଣା ଢେଙ୍କିକୋଟ ରାସ୍ତା ୨୨୦ ନଂ ନମ୍ବର ଜାତୀୟ ରାଜପଥ ରାସ୍ତା ଏବେ ପାଲଟିଛି ମରଣଯନ୍ତା। ଏହି ରାସ୍ତା ଉପରକୁ ମାଡ଼ି ଆସିଛି ଲଟାବୁଦା ବୁଲାଣି ବାଙ୍କ ରାସ୍ତା ଠିକ୍ ଭାବରେ ଦେଖାଯାଉ ନାହିଁ। ଲୋକମାନଙ୍କୁ ଏହି ଗଛ ଲଟା ବୁଦା ପାଇଁ ଅନେକ ଦିନରେ ଦୁର୍ଘଟଣା ଘଟି ଚାଲିଛି। ପାଟଣା ବାଜର ଠାରୁ ହନୁମାନ ଛକ ବୁଲାଣି ରାସ୍ତା ନିକଟରେ ଥିବା ରାସ୍ତା ଉପରେ ଲଟା ବୁଦା ହୋଇଛି। ଏହି ବୁଲାଣି ବାଙ୍କ ପାଇଁ ଅଧିକ ଦିନ ହେବ ଦୁର୍ଘଟଣାରେ ଚାଲି ଯାଉଛି ନୀହିର ଲୋକଙ୍କ ଜୀବନ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଶୁଣିବାରେ ନାହିଁ। ଜାତୀୟ ରାଜପଥ କତ୍ତୃପକ୍ଷ ଆଗକୁ ଯଦି ଏହି ରାସ୍ତା କଡର ଲଟା ବୁଦା ସଫା ନହୁଏ, ଲୋକମାନଙ୍କ ଏପରି ଜୀବନ ଗଲେ ଜାତୀୟ ରାଜପଥ କତ୍ତୃପକ୍ଷ ଦାୟୀ ରହିବ ବୋଲି ପାଟଣା ଅଞ୍ଚଳ ବାସୀ ମାନେ କହିଛନ୍ତି। ବିଜୟ ରତ୍ନ ପତିଙ୍କ ରିପୋର୍ଟ, ମୋବାଇଲ: 94392 11178