logo

କାଟୁଳିକନା ର ରହସ୍ୟ ଘେରା "ଗଜାଟାଙ୍ଗର।"

କାଟୁଳିକନା ର ରହସ୍ୟ ଘେରା "ଗଜାଟାଙ୍ଗର।"

ଚମ୍ପୁଆ - ଚମ୍ପୁଆ ବ୍ଲକ କରଞ୍ଜିଆ ପଞ୍ଚାୟତ ଅନ୍ତର୍ଗତ କାଟୁଳିକନା ଗ୍ରାମ ଅବସ୍ଥିତ l ଗ୍ରାମର ପୂର୍ବ ଦିଗକୁ ରହିଛି ସନ୍ଥେଇ ହୁଡ଼ି l ସେଇ ହୁଡ଼ିରେ ରହିଛି ଜାହିରା ଗୁମ୍ଫା ଓ ମୁନିଋଷି ଗୁମ୍ଫା l ସେଇ ହୁଡ଼ି ଓ ଗୁମ୍ଫା "ଗଜା ଟାଙ୍ଗର " ନାମରେ ନାମିତ l ସେଠାରେ ମୁନିଋଷି ମାନେ ପୂର୍ବ କାଳରେ ତପସ୍ୟା କରୁଥିବା ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ପ୍ରକାଶ କରନ୍ତି l କାଟୁଳିକାନା ଗ୍ରାମରେ ଯେତେବେଳେ ଅନାବୃଷ୍ଟି ଓ ମରୁଡି ଦେଖାଦେଲେ ସେଇ ଗଜାଟାଙ୍ଗର ରେ କ୍ଷୀର, ମହୁ (ପଞ୍ଚାମୃତ )ଅର୍ପଣ କରି ଘଣ୍ଟ, ହୁଳହୁଳି ବଜାଇ ପୂଜା ଅର୍ଚନା କଲେ ଗ୍ରାମ ତଥା ଅଞ୍ଚଳରେ ବୃଷ୍ଟିପାତ ବର୍ଷା ହେଉଥିବା ନଜିର ରହିଛି l କରଞ୍ଜିଆ, ଉର୍ତ୍ତି, ସରେଇ, ମ୍ୟାକମିଲାନପୁର, ଚନ୍ଦ୍ରଶେଖରପୁର, ବାଙ୍କିଆ, ହୃଦୁରାମପୁର, ରାଇଗୁଡ଼ି, ଲଷ୍ମୀପଶି ଇତ୍ୟାଦି ଗ୍ରାମର ଲୋକମାନେ ଶ୍ରଦ୍ଧାର ସହିତ ପୂଜା ଅର୍ଚ୍ଚନା କରିବାକୁ ଆସିଥାନ୍ତି l ପୂଜା ନ ସରୁଣୁ ବର୍ଷା ହୋଇଥିବା କଥା ଗ୍ରାମର ପୁରୁଖା ବ୍ୟକ୍ତି ମାନେ କହିଥାନ୍ତି l ଜାହିରା ଗୁମ୍ଫା ର ଭୂଇଁ ଭିତର ରାସ୍ତା ଦେଇ ବୈତରଣୀ ନଦୀ ବିହିଡଲ ଘାଟ ପର୍ଯ୍ୟନ୍ତ ଏକ ଗୁପ୍ତ ରାସ୍ତା ରହିଥିବା କଥା ଜନସ୍ମୃତି ରହିଛି l ଗୋଟେ ସମୟରେ ଗ୍ରାମର ଜଣେ ବ୍ୟକ୍ତି 'ଗଜା ଟାଙ୍ଗର ' ଗୁମ୍ଫାରେ ପୂଜା କରିବାକୁ ଯାଇ ତାଙ୍କର ଲୋଟା ଟି ସେଠାରେ ଅଜାଣତରେ ଛାଡି ଦେଇଥିଲେ l ତା 'ପରଦିନ ସେ ବୈତରଣୀ ନଦୀରେ ଗାଧୋଇବାକୁ ଯାଇ ସେଇ ନୋଟାଟିକୁ ପାଇଥିଲେ l ପରବର୍ତ୍ତୀ ସମୟରେ ଗ୍ରାମବାସୀ ଜାଣିଲେ ଯେ ଜାହିରା ଗୁମ୍ପାରୁ ବୈତରଣୀ ନଦୀ ପର୍ଯ୍ୟନ୍ତ ରାସ୍ତା ରହିଛି l

ଗ୍ରାମରେ 42ବର୍ଷ ପୂର୍ଵରୁ ପ୍ରଭୁ ଜଗନ୍ନାଥ'ଙ୍କ ରଥଯାତ୍ରା ସ୍ଵର୍ଗତ ଲଷ୍ମୀଧର ମହାନ୍ତ, କୃଷ୍ଣଚନ୍ଦ୍ର ମହାନ୍ତଙ୍କ ଉଦ୍ୟମ କ୍ରମେ ଆରମ୍ଭ ହୋଇ ବର୍ତମାନ ସୁଦ୍ଧା ଚାଲିଆସିଛି l ସ୍ୱର୍ଗତ କୃଷ୍ଣଚନ୍ଦ୍ର ମହାନ୍ତଙ୍କ ପୁତ୍ର ପଦ୍ମଲୋଚନ ପ୍ରକାଶ କରିଛନ୍ତି ଯେ ଗଜାଟାଙ୍ଗର ଗୁମ୍ପାରେ ମୁନିଋଷି ମାନେ ରହୁଥିଲେ, ସେ ଗୁମ୍ପାରେ କୃଷ୍ଣଚନ୍ଦ୍ର "ଦୀପ " ଦେଉଥିଲେ l ସେ ଜଣେ ଅଲେଖ ମହିମାଧର୍ମୀ ଭକ୍ତ ଥିଲେ l ଥରେ ତାଙ୍କୁ ସ୍ଵପ୍ନାଦେଶ ହେଲା ଯେ ଗୁମ୍ଫା ଭିତରୁ ଏକ ସପ୍ତ ଫେଣୀ ନାଗ ଆସିବ ଓ ସପ୍ତ ଫେଣୀ ଉପରେ ଦୀପ ଦେବାକୁ ହେବ l ଏହା ଜାଣି କୃଷ୍ଣଚନ୍ଦ୍ର ଭୟରେ ସେ ଗୁମ୍ଫାରେ ଦୀପ ଦେବା ବନ୍ଦ କରି ଦେଇଥିଲେ l ଏହିପରି ବହୁ ଅନାଲୋଚିତ ରହସ୍ୟଭରା ଗୁମ୍ଫା ଓ ସନ୍ଥେଇ ହୁଡ଼ି ର ପ୍ରାକୃତିକ ଦୃଶ୍ୟ ବହୁ ମନଲୋଭା ଓ ଚିତାକର୍ଷକ l ଅଜଣା ବ୍ୟକ୍ତି ଥରେ ଦେଖିଲେ ବାରମ୍ବାର ଦେଖିବାକୁ ଇଛା ହୋଇଥାଏ l ଗୁମ୍ଫା ଓ ହୁଡ଼ିର ବିକାଶ ଉନ୍ନତିକରଣ ପାଇଁ ଭୂମିରୁ ଗଜାଟାଙ୍ଗର ଗୁମ୍ଫା ପର୍ଯ୍ୟନ୍ତ ସିଡ଼ି, ପାହାଚ ବ୍ୟବସ୍ଥା ସହିତ ପ୍ରଯ୍ୟଟକ ମାନଙ୍କ ନିମନ୍ତେ ବିଶ୍ରାମ ଗୃହ, ପାନୀୟ ଜଳ ଓ ସୁରକ୍ଷା ପାଇଁ ପାଚେରୀ ଆଦି କରାଗଲେ ଏହା ଏକ ପର୍ଯ୍ୟଟନ ସ୍ଥଳ ର ମାନ୍ୟତା ପାଇ ପାରିବ ଗ୍ରାମର ଉଦୀୟମାନ ଯୁବକ କୁମାରେଶ୍ୱର ମହାନ୍ତ, ଡାକ୍ତର ପଦ୍ମଲୋଚନ ମହାନ୍ତ, ଭଣ୍ଡା ସଂଜୀବନୀ ସାହିତ୍ୟ ସଂସଦ ର ସମ୍ପାଦକ ଲେଖକ, ଗବେଷକ ଶ୍ରୀ ଡମ୍ବରୁ ମହାନ୍ତ ପ୍ରକାଶ କରିଛନ୍ତି l

ଡମ୍ବରୁଧର ମହାନ୍ତଙ୍କ ରିପୋର୍ଟ, ମୋବାଇଲ: 94381 18687

8
1090 views