logo

ସିଭିଲ ଅଦାଲତ ରେ ମାନବାଧିକାର ଦିବସ ପାଳିତ l

ଅନୁଗୋଳ (କରୁଣାକର ନାୟକ )୧୧/୧୨: ଆଠମଲ୍ଲିକ ସିଭିଲ ଅଦାଲତ ରେ ତାଲୁକ ଆଇନସେବା କମିଟି ପକ୍ଷରୁ ବୁଧବାର ଅପରାହ୍ନ ରେ ମାନବାଧିକାର ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ତାଲୁକ ଆଇନସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ l ଜଣେ ମନୁଷ୍ୟ ର କଣକଣ ସମାଜରେ ବଂଚିବା ପାଇଁ ଅଧିକାର ରହିଛି ଓ କିଭଳି ଭାବେ ତାର ଅଧିକାର କ୍ଷୁର୍ଣ୍ଣ ନହୋଇ ସେ ସମ୍ମାନ ର ସମାଜରେ ବସବାସ କରିବ, ସେଥିପାଇଁ ସମାଜ ସଜାଗ ରହିବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ l ସେହିଭଳି ସମ୍ମାନିତ ଅତିଥିଭାବେ ସବଜଜ ଲିଙ୍କି ପ୍ରିୟା ସାହୁ ଓ ଏସଡ଼ିଜେଏମ ସିଙ୍କୁନ ରାୟ ଯୋଗଦେଇ ମାନବାଧିକାର ଦିବସ ପାଳନ ର ଉଦେଶ୍ୟ ଓ ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସିଭିଲ କୋର୍ଟ ରେ କାର୍ଯ୍ୟରତ ଆଇନଜୀବୀ ଓ ୩ ଅଦାଲତ ର କର୍ମଚାରୀମାନେ ଉପସ୍ଥିତ ଥିଲେ l ତାଲୁକ ଆଇନସେବା କମିଟି ସମ୍ପାଦକ ଅମିତ କୁମାର ନାୟକ, ସହଯୋଗୀ ସିଦ୍ଧାର୍ଥ ମହାନ୍ତି ଓ ଗୋବିନ୍ଦ ମାର୍ଣ୍ଡି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

125
2086 views