logo

ତାରାତାରିଣୀ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ।



ପୁରୁଷୋତ୍ତମପୁର, ୧୦ ଡିସେମ୍ବର – ତାରାତାରିଣୀ ମହାବିଦ୍ୟାଳୟରେ ଆଜି ଏକ ରକ୍ତଦାନ ଶିବିର ଜାତୀୟ ସେବା ଯୋଜନା ଅଧିକାରୀ ଡଃ.ସ୍ୱାଗତିକା ଦାଶ ଓ ଯୁବ ରେଡକ୍ରସ୍ ସଂଯୋଜକ ଶ୍ରୀ ନାୟୁଡୁ ମୋହନ ପ୍ରତ୍ୟକ୍ଷ ତତ୍ଵାବଧାନ ସହ ଏଚ୍.ଡି. ଏଫ୍.ସି ବ୍ୟାଙ୍କ୍,ପୁରୁଷୋତ୍ତମପୁର ଶାଖାର ସହାନୁବନ୍ଧିତାରେ ଆୟୋଜିତ ହୋଇଥିଲା। ସକାଳ ୧୦ ଘଣ୍ଟା ସମୟ ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ.ପ୍ରଦୀପ କୁମାର ସାହୁ ଉଦ୍ଘାଟନ କରିଥିବା ବେଳେ,ପୂର୍ବତନ ଛାତ୍ର ସଂସଦର ସଦସ୍ୟ ତଥା ଯୁବନେତା ସୀତାରାମ ପାଣିଗ୍ରାହୀ,ଅଶୋକ କୁମାର ମହାକୁଡ଼,ଭାସ୍କର ବେହେରା,ସଦାଶିବ ପଣ୍ଡା,ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଯୋଗଦେଲେ ।
ଶିବିରରେ ରକ୍ତଦାନର ପ୍ରାସଙ୍ଗିକତା, ମାନବତାର ସେବା ଏବଂ ଯୁବପିଢିର ଦାୟିତ୍ୱ ଉପରେ ଅଧ୍ୟାପକମାନେ ଉପସ୍ଥାପନା ଦେଇଥିଲେ। ଏହି ଅବସରରେ କଲେଜର କର୍ତ୍ତୃପକ୍ଷ ରକ୍ତଦାତାମାନଙ୍କୁ ଅଭିନନ୍ଦନ କରି, ସମାଜ ସେବା ମୁଖୀ କାର୍ଯ୍ୟରେ ଆଗରେ ଆସିବାକୁ ଆହ୍ୱାନ କରାଯାଇଥିଲା।
ଏହି ଶିବିରରେ ଅନେକ ଛାତ୍ର ଉତ୍ସାହର ସହ ରକ୍ତଦାନ କରିବା ୨୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସଫଳ ଭାବରେ ସମ୍ପାଦିତ ହୋଇଥିଲା।

67
2450 views