logo

ପାଟଣା ବନାଞ୍ଚଳ କୁ ଆସିଲେ ଦୁଇ ବନପାଳ।

ପାଟଣା ବନାଞ୍ଚଳ କୁ ଆସିଲେ ଦୁଇ ବନପାଳ।

ପାଟଣା-କେନ୍ଦୁଝର ଜିଲ୍ଲା ବନଖଣ୍ଡ ପକ୍ଷରୁ ସଦ୍ୟ ଏକ ବଦଳି ତାଲିକା ପ୍ରକାଶ ପାଇଥିବା ବେଳେ ଏହି ବନାଞ୍ଚଳରେ କାର୍ଯ୍ୟ କରିଥିବା ପୂର୍ବ ଦୁଇ ବନପାଳ ପାଟଣା ବନାଞ୍ଚଳ କୁ ଫେରିଛନ୍ତି।କିଛିଦିନ ତଳେ ପାଟଣା ବନପାଳ ଥିବା ନିରଞ୍ଜନ ସେଠୀ ଙ୍କୁ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ କୁ ବଦଳି କରା ଯାଇଥିବା ବେଳେ ସେ ପୁନର୍ବାର ପାଟଣା ଫେରିଛନ୍ତି।ତାଙ୍କ ସ୍ଥାନରେ ଯୋଗ ଦେଇଥିବା ନଗେନ୍ଦ୍ର କୁମାର ଜେନା ଙ୍କର ପାଟଣା ରୁ କେନ୍ଦୁଝର ବନାଞ୍ଚଳ ପଦ୍ମପୁର ମେଗା ନର୍ସରି ଓ ହାତୀ ଉଦ୍ଧାର କେନ୍ଦ୍ରକୁ ବଦଳି ହୋଇଛି। ଅନ୍ୟ ପକ୍ଷରେ ପାଟଣା ବନାଞ୍ଚଳ ପାଟଣା ସେକ୍ସନ ରୁ ବଦଳି ହୋଇଥିବା ବନପାଳ ଚିତ୍ତରଞ୍ଜନ ପରିଡ଼ା ଚମ୍ପୁଆ ରେ ଅବସ୍ଥିତ ଥିବା ବେଳେ ପୁନର୍ବାର ସେ ପାଟଣା ବନାଞ୍ଚଳ କୁ ଫେରି ଥିବା ସୂଚନା ମିଳିଛି।

ପାଟଣା ଅଞ୍ଚଳ ରୁ ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ, ମୋବାଇଲ: 94392 11178

11
831 views