ବରିଷ୍ଠ ନେତା ଅଂଶୁମାନ ସବୁଜ ମହାନ୍ତ ବର୍ମା ରାଇରଙ୍ଗପୁର ପ୍ରଭାରୀ।
ବରିଷ୍ଠ ନେତା ଅଂଶୁମାନ ସବୁଜ ମହାନ୍ତ ବର୍ମା ରାଇରଙ୍ଗପୁର ପ୍ରଭାରୀ।
ପାଟଣା-କେନ୍ଦୁଝର ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ଅଭିଜ୍ଞ ରାଜନୀତିଜ୍ଞ କେନ୍ଦୁଝର ଜିଲ୍ଲାର ପୂର୍ବତନ ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସାହାରପଡା ବାସିନ୍ଦା ଅଂଶୁମାନ ସବୁଜ ମହାନ୍ତ ବର୍ମା ଙ୍କୁ ରାଜ୍ୟ ବିଜେପି ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାର ପଶ୍ଚିମ ଅର୍ଥାତ ରାଇରଙ୍ଗପୁର ଅଞ୍ଚଳ ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଛି।ଏନେଇ ଆଜି ଦଳ ପକ୍ଷରୁ ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ମାନସ କୁମାର ମହାନ୍ତି ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେପି କର୍ମୀ ମାନେ ଏହାକୁ ସ୍ୱାଗତ କରିଛନ୍ତି। ଶ୍ରୀ ମହାନ୍ତ ବର୍ମା ଏନେଇ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ ସାଧାରଣ ସଙ୍ଗଠନ ସମ୍ପାଦକ ମାନସ କୁମାର ମହାନ୍ତି ଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଛନ୍ତି।
ପାଟଣାରୁ ବିଜୟ ରତ୍ନ ପତିଙ୍କ ରିପୋର୍ଟ, ମୋବାଇଲ: 94392 11178