logo

ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା।

ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା।

ପାଟଣା-ପାଟଣା ମୁଖ୍ୟାଳୟ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦ୍ୱିତୀୟ ଦିନରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଉଚ୍ଚ ବର୍ଗର ଛାତ୍ରଛତ୍ରୀଙ୍କ ପାଇଁ ସଟଫୁଟ, ଡିସସ୍କସ ଥ୍ରୋ, 100ମିଟର 200ମିଟର ଦୌଡ଼, ଅନ୍ଧପୁଟୁଳି ,ଉଚ୍ଚ ଡ଼ିଆଁ ଲମ୍ବ ଡ଼ିଆଁ,ଆଦି ଖେଳ ପ୍ରତିଯୋଗିତା ହୋଇ ଥିବା ବେଳେ ନିମ୍ନ ବର୍ଗ ଛାତ୍ର ଛାତ୍ରୀ ମାନଙ୍କର ବେଲୁନ ଦୌଡ଼, ଆଳୁ ଚାମଚ୍,ଅନ୍ଧପୁଟୁଳି, ବେଙ୍ଗ ଡ଼ିଆଁ, ମ୍ୟୁଜିକ ଚେୟାର,100ମିଟର ଦୌଡ ଆଦି ଖେଳ ଅନୁଷ୍ଠିତ ହୋଇଯାଇଥିଲା।ଏଥିରେ କ୍ଲଷ୍ଟର ସଂଯୋଜକ ଜ୍ୟୋତିର୍ମୟ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ କମଳା କାନ୍ତ ପତି ଏବଂ ଖେଳ ଶିକ୍ଷକ ସୁଶାନ୍ତ କୁମାର ମହନ୍ତଙ୍କ ତତ୍ବାବଧାନରେ ଏହି ବାର୍ଷିକ ଖେଳ ଆୟୋଜନ କରା ଯାଇଥିଲା। ବିଦ୍ୟାଳୟର ଶିକ୍ଷକ ପ୍ରକାଶ ମିଶ୍ର, ସସ୍ମିତା ନାୟକ, ଜୁଗଜ୍ୟୋତୀ ମହାନ୍ତ ମାଧବାନନ୍ଦ ମହାନ୍ତ ଜ୍ୟୋତିର୍ମୟୀ ବାରିକ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ବାର୍ଷିକ ଉତ୍ସବ ରେ ପୁରସ୍କୃତ କରାଯିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ପତି ସୂଚନା ଦେଇଛନ୍ତି।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ, ମୋବାଇଲ: 94392 11178

19
3954 views