logo

"ଅଭିନବ ଉତ୍କଳିକା"ର ରାଜ୍ୟସ୍ତରୀୟ ଏକବିଂଶତମ ବାର୍ଷିକ ସାରସ୍ବତ ସମାବେଶ ଅନୁଷ୍ଠିତ।

"ଅଭିନବ ଉତ୍କଳିକା"ର ରାଜ୍ୟସ୍ତରୀୟ ଏକବିଂଶତମ ବାର୍ଷିକ ସାରସ୍ବତ ସମାବେଶ ଅନୁଷ୍ଠିତ।

ବ୍ରହ୍ମପୁର,୧୦/୧୨ : ଗଞ୍ଜାମ ଜିଲ୍ଲାର ବାଲିପଦର ଠାରେ ପ୍ରତିଷ୍ଠିତ ରାଜ୍ୟ କଳା, ସାହିତ୍ୟ ଓ ସଂସ୍କୃତିର ଅନନ୍ୟ ପ୍ରତିଷ୍ଠାନ " ଅଭିନବ ଉତ୍କଳିକା " ର ରାଜ୍ୟସ୍ତରୀୟ ଏକବିଂଶତମ ବାର୍ଷିକ ସାରସ୍ବତ ସମାବେଶ ଗତ ରବିବାର ଦିନ ଗଞ୍ଜାମ କଳା ପରିଷଦ ର ଭାଷା ଭବନ, ବ୍ରହ୍ମପୁର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି।
ସମାବେଶର ଦ୍ବିତୀୟ ଅଧିବେଶନରେ ଅନୁଷ୍ଠାନର ସଭାପତି ଇଂ ବିଚିତ୍ରାନନ୍ଦ ମୁନିଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ରୂପେ ପିପୁଲ୍ସ କଲେଜ ବୁଗୁଡ଼ାର ଅଧ୍ୟକ୍ଷ ତଥା ବାଗ୍ମୀ ଡ. ପୁରୁଷୋତ୍ତମ ମିଶ୍ର , ମୁଖ୍ୟ ବକ୍ତା ଭାବେ କବି ତଥା ନାଟ୍ୟକାର ଇଂ କାମିନୀ କାନ୍ତ ଦାସ, ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ସାହିତ୍ୟ ପରିଷଦର ସଭାପତି ସୁଶାନ୍ତ ଦାଶ ଓ ଭୂତସରସିଂ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା କବୀ ଓ ପୁସ୍ତକ ସମୀକ୍ଷିକା କୃଷ୍ଣାଞ୍ଜଳୀ ଦାଶ ଯୋଗଦେଇ ଅଭିନବ ଉତ୍କଳିକା ର କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିବା ସହ ଲେଖନୀ ଗ୍ରାମାଭିମୁଖୀ ହେଲେ ପାଠକଙ୍କ ସ଼ଂଖା ବୃଦ୍ଧି ପାଇବ ବୋଲି ପରାମର୍ଶ ଦେଉଥିଲେ । ପ୍ରାରମ୍ଭରେ ଉଦ୍ଘାଟକ ନିଖିଳ ଉତ୍କଳ ବରିଷ୍ଠ କଳାକାର ସଂଘର ସଭାପତି ଡା ତିରୁପତି ସାହୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଜ୍ଜ୍ୱଳନ କରିବା ପୂର୍ବକ ବାର୍ଷିକ ସାରସ୍ବତ ସମାବେଶକୁ ଉଦ୍ଘାଟନ କରିବା ପରେ ସମ୍ପାଦକ ବିଜୟ ଚନ୍ଦ୍ର ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ। ଉକ୍ତ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାରସ୍ବତ ସାଧକ ସାଧିକା ଯଥା ଯାଜପୁରରୁ ମଧୁସୂଦନ ମହାପାତ୍ର, କେନ୍ଦୁଝର ରୁ ବାବୁଲାଲ ପଲେଇ, ନୂଆପଡ଼ାରୁ ରବୀନ୍ଦ୍ରନାଥ ଯୋଶୀ, ସୁନ୍ଦରଗଡ଼ରୁ ସୁଶାନ୍ତ କୁମାର ନାୟକ, ମୟୁରଭଞ୍ଜରୁ ଅନିରୁଦ୍ଧ ମହାନ୍ତି, ଗଜପତିରୁ ଘନଶ୍ୟାମ ଜେନା, କୋରାପୁଟରୁ ପ୍ରମୋଦ କୁମାର ରାଉଳ, ପଶ୍ଚିମବଙ୍ଗରୁ ଦୀପକ୍ ମହାପାତ୍ର, ପୁରୀରୁ ଶଙ୍କର କୁମାର ସୁବୁଦ୍ଧି, ସମ୍ବଲପୁରରୁ ସୁବାଷ ଚନ୍ଦ୍ର ନାୟକ, ବରଗଡ଼ରୁ ଇନ୍ଦ୍ରମଣି ବାରିକ, ଝାରସୁଗୁଡାରୁ ସଦାକର କୁମ୍ଭାର , କେନ୍ଦ୍ରାପଡ଼ାରୁ ସନ୍ନିଭା ମିଶ୍ର, ଗଞ୍ଜାମରୁ ଲିଙ୍ଗରାଜ ଜେନା,ପାରଦ କୁମାର ପାଢୀ, ବୃନ୍ଦାବନ ପଣ୍ଡା,ସୁଦ୍ଧାଞ୍ଜଳି ମିଶ୍ର, ସରୋଜିନୀ ମିଶ୍ର, ଜ୍ୟୋତ୍ସ୍ନା ରାଣୀ ଦେବୀ, ଜ୍ୟୋତ୍ସ୍ନା ପାଣି, ଗାୟତ୍ରୀ ରଥ ଷଡ଼ଙ୍ଗୀ ଓ ସନ୍ତୋଷ କୁମାର ଜେନାଙ୍କ ସମେତ ପଚିଶି ରୁ ଅଧିକ ସାରସ୍ବତ ସାଧକ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବାରୁ ସେମାନଙ୍କୁ ଉପଢୌକନ, ମାନପତ୍ର,ଟ୍ରଫି ସହ ପୁସ୍ତକ ଦେଇ ଅତିଥି ଗଣ ସମ୍ମାନିତ କରିବା ସହିତ ଉଚ୍ଚ ପ୍ରଶଂସା କରିଥିଲେ।ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର " ଅଭିନବ ଉତ୍କଳିକା " ଅତିଥି ମାନଙ୍କ ଦ୍ୱାରା ଲୋକାର୍ପଣ କରାଯାଇଛି। ଏହି ସମାବେଶରେ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ସ୍ଥାନୀୟ ଅଞ୍ଚଳରୁ ଶତାଧିକ କବି, କବୟିତ୍ରୀ, ଲେଖକ, ପ୍ରାବନ୍ଧିକ,ଗାଳ୍ପିକ, କଳାକାର, ନାଟ୍ୟକାର ତଥା ସମାଜସେବୀ ଯୋଗ ଦେଇଥିବା ବେଳେ ରୁଦ୍ରନାରାୟଣ ନାୟକ ଓ ବି. ଗୋପାଳ ପାତ୍ର ପରିଚାଳନା କରିଥିଲେ। ଅନୁଷ୍ଠାନର ସହ ସଂପାଦକ ସୁନୀଲ କୁମାର ପ୍ରଧାନ, ସଦସ୍ୟ କାମରାଜ ମହାରଣା, ରାଇ ରଞ୍ଜନ ନନ୍ଦ, ପଞ୍ଚାନନ ନାହାକ,ସଦସ୍ୟା କିରନ୍ ବେହେରା ଆଦି କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ପରିଶେଷରେ ବିଜୟ ଚନ୍ଦ୍ର ମହାରଣା ଧନ୍ୟବାଦ୍ ଅର୍ପଣ କରିଥିଲେ ।

ପୁରୁଷୋତ୍ତମ ପାତ୍ର, କେନ୍ଦୁଝର ଙ୍କ ରିପୋର୍ଟ, ମୋବାଇଲ: ୮୪୫୬୦୫୨୮୭୬

8
758 views