logo

ନାଟ୍ୟକାର ରଘୁନାଥ ମହାନ୍ତଙ୍କ ରଚିତ ନାଟକ "ବୃହନ୍ନଳା" ଉନ୍ମୋଚିତ।

ନାଟ୍ୟକାର ରଘୁନାଥ ମହାନ୍ତଙ୍କ ରଚିତ ନାଟକ "ବୃହନ୍ନଳା" ଉନ୍ମୋଚିତ।

ଚମ୍ପୁଆ -9/12, ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନାଟ୍ୟ ସାରଥୀ ରଘୁନାଥ ମହାନ୍ତ ଙ୍କ ରଚିତ ନାଟକ "ବୃହନ୍ନଳା " ଉନ୍ମୋଚିତ ହୋଇଯାଇଛି l ନାଟକ ଟି ଅଭିଳାଷ ପ୍ରକାଶନ, ସଂଜୀବନୀ ସାହିତ୍ୟ ସଂସଦ, ଭଣ୍ଡା, ଚମ୍ପୁଆ, କେନ୍ଦୁଝର ଆନୁକୂଲ୍ୟରେ ପ୍ରକାଶିତ ହୋଇଛି l
ମୋହନ ସୁନ୍ଦର ସ୍ମୃତି ସଂସଦ, ରରୁଆଁଗୋଡ଼ା ର ୨ୟ ବାର୍ଷିକ ପ୍ରତିଭା ଓ ବ୍ୟକ୍ତିତ୍ୱ ସମ୍ମାନ ପ୍ରଦାନ ଅବସରରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସଂସଦ ର ସଭାପତି କବି କୈଳାସ ଚନ୍ଦ୍ର ତନ୍ତୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ନାଟ୍ୟ ନିର୍ଦେଶକ ପ୍ରକାଶ ଚନ୍ଦ୍ର କୁଣ୍ଡୁ, ବରେଣ୍ୟ ଅତିଥି ଭାବେ ସାହିତ୍ୟିକ,ଐତିହାସିକ ନିରଞ୍ଜନ ବାରିକ,ମୁଖ୍ୟବକ୍ତା ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ତଥା ବିଶିଷ୍ଟ ଗାଳ୍ପିକ ଅନୀଲ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଧରଣୀଧର ବିଶ୍ୱ ବିଦ୍ୟାଳୟ ର ଓଡ଼ିଆ ପ୍ରାଧ୍ୟାପିକା ଡ଼କ୍ଟର ଶୁଭସ୍ମିତା ଦାଶ, କବି, ସାହିତ୍ୟିକ ହରିହର ମହାନ୍ତ, ରଙ୍ଗାମାଟିଆ ସରପଞ୍ଚ ମାଧୁରୀ ନାଏକ ପ୍ରମୁଖ ଯୋଗ ଦେଇ ନାଟ୍ୟକାର ରଘୁନାଥଙ୍କ ନାଟକ "ବୃହନ୍ନଳା " କୁ ଉନ୍ମୋଚିତ କରି ନାଟ୍ୟକାର ରଘୁନାଥ ମହାନ୍ତଙ୍କ ନାଟ୍ୟ ପ୍ରତିଭାର ଉଚ୍ଚ ପ୍ରଶଂସା କରିଥିଲେ l ନାଟ୍ୟକାର ରଘୁନାଥଙ୍କ ଏହା ପୂର୍ବରୁ ନାଟକ "ତୁସ୍ମିନୀ ", ନିଶଦ୍ଧ କୋଳାହଳ ମଞ୍ଚ ନାଟକ ପ୍ରକାଶିତ ହୋଇ ଅଶେଷ ପାଠକୀୟ ଆଦୃତି ପାଇ ପାରିଛି l "ବୃହନ୍ନଳା " ନାଟକରେ କିନ୍ନର ତୃତୀୟ ଲିଙ୍ଗୀଙ୍କ ଜୀବନ ସମସ୍ୟା ଉପରେ ନାଟ୍ୟକାର ଆଲୋକପାତ କରିଛନ୍ତି l ଉକ୍ତ ଭିନ୍ନ ସ୍ଵlଦର ପ୍ରକାଶିତ ନାଟକ ଟି ନାଟ୍ୟପ୍ରେମୀ ପାଠକ ମହଲରେ ଆଦୃତି ଆଲୋଡନ ସୃଷ୍ଟି ହେବ ବୋଲି ନାଟକ ପୁସ୍ତକର ପ୍ରକାଶକ ଶ୍ରୀ ଡମ୍ବରୁ ମହାନ୍ତ ଆଶା ପ୍ରକାଶ କରିଛନ୍ତି l ପୁସ୍ତକ ଉନ୍ମୋଚନ ଉତ୍ସବ ଓ ପ୍ରତିଭା ସମ୍ମାନ ସମାରୋହକୁ ସଂସଦର ସଦସ୍ୟା ଆଶା ମଞ୍ଜରୀ ମହାନ୍ତ, କୁଳମଣି ମହାନ୍ତ, ବୀରେନ୍ଦ୍ର ପାତ୍ର, ଭକ୍ତବନ୍ଧୁ ମହାନ୍ତ, କବି ନକୁଳ ଚରଣ ମହାନ୍ତ, ବାବାଜୀ ଚରଣ ମହାନ୍ତ, ହିତାଂସୁ ପ୍ରଧାନ, ଜନ୍ମେଜୟ ଗିରି ପ୍ରମୁଖଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l

ପୁରୁଷୋତ୍ତମ ପାତ୍ର, କେନ୍ଦୁଝର ଙ୍କ ରିପୋର୍ଟ, ମୋବାଇଲ: ୮୪୫୬୦୫୨୮୭୬

8
740 views