logo

ମହାଦେବଙ୍କ ସେବା ସହିତ ସମାଜ ସେବାରେ ମୋହିନୀ ମୋହନ ମିଶ୍ର।

ମହାଦେବଙ୍କ ସେବା ସହିତ ସମାଜ ସେବାରେ ମୋହିନୀ ମୋହନ ମିଶ୍ର।

କେନ୍ଦୁଝର: ୧୦/୧୨, କେନ୍ଦୁଝର ଗଡ଼ ପୌରାଞ୍ଚଳ ଅନ୍ତର୍ଗତ ୭ ନମ୍ବର ୱାର୍ଡ ସାମନ୍ତରାୟ ପୁର ଶାସନର ୯୦ ବର୍ଷର ବରିଷ୍ଠ ନାଗରିକ ମୋହିନୀ ମୋହନ ମିଶ୍ର ଙ୍କର ନିଜସ୍ବ ବାସଭବନ। ଈଶ୍ବରଙ୍କ ସେବା ସହିତ ସମାଜ ସେବାରେ ମୋହିନୀ ମୋହନ ଙ୍କର ଜୀବନ ଶୈଳୀ ଉତ୍ସର୍ଗୀକୃତ। ୯୦ ବୟସ ରେ କର୍ମଚଞ୍ଚଳ, ଏବେ ମଧ୍ଯ ଦିର୍ଘ ଦୂରକୁ ସାଇକେଲ୍ ଯୋଗେ ଯାତାୟାତ, ଅତି ସାଧାରଣ ଜୀବନଯାପନ କରି ଦୈନିକ ମହାଦେବଙ୍କ ମନ୍ଦିରରେ ପୂଜାପାଠ। ତାହା ସହିତ ମହାଦେବଙ୍କ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ସଦାସର୍ବଦା ତତ୍ପର। ଏହା ବ୍ୟତୀତ ଯଜମାନଙ୍କ ପୂଜାପାଠରେ ପୁରହିତ କର୍ମକାଣ୍ଡରେ ଲୋକଙ୍କୁ ସାହାଯ୍ୟ ସହଯୋଗ କରନ୍ତି। ସାମୁହିକ ବିକାଶ ପାଇଁ ସବୁବେଳେ ବିବେକ ବିଚାର ଅନୁସାରେ ଉଦ୍ୟମ ରତ।

ଏହି ୯୦ ବର୍ଷ ବୟସରେ ସାଇକେଲ୍ ଯୋଗେ ବାସ ଭବନରୁ ୫ କିଲୋମିଟର ଦୂର ମଣ୍ଡୁଆ ସ୍ଥିତ ମୁଖ୍ୟମନ୍ତ୍ରୀ ଙ୍କର ଅଭିଯୋଗ ଶୁଣାଣି କାର୍ଯ୍ୟାଳୟକୁ ଯାଇ ଦରଖାସ୍ତ କରି ଫେରନ୍ତି। ହଠାତ୍ ଫେରିବା ସମୟରେ ରାସ୍ତାରେ ମୋହିନୀ ମୋହନ ନନାଙ୍କ ସହିତ ସାକ୍ଷାତ ହେଲା। ତାଙ୍କର ଭଲମନ୍ଦ ବାବଦରେ ପଚାରିବା ସହିତ କୁଆଡେ ଯାଇଥିବା ବିଷୟରେ ପଚାରି ବୁଝିବାକୁ ଚେଷ୍ଟା କଲି। ସ୍ପଷ୍ଟ ସ୍ବରରେ ଉତ୍ତର ରଖିଲେ, କହିଲେ ମୁଁ ସ୍ବସ୍ଥ ଅଛି! ମୁଖ୍ୟମନ୍ତ୍ରୀ ଙ୍କର ଅଭିଯୋଗ ଶୁଣାଣି କାର୍ଯ୍ୟାଳୟକୁ ଯାଇ ଦରଖାସ୍ତ କରି ଫେରୁଛି। ଆମର ସାମନ୍ତରାୟ ପୁର ଶାସନର ଯେଉଁ ମହାଦେବଙ୍କ ମନ୍ଦିର ରହିଛି। ତାହାର ସମସ୍ତ ପ୍ରକାରର ସୌନ୍ଦର୍ଯ୍ୟକରଣ କରାଯାଇଛି। କିନ୍ତୁ ମହାଦେବଙ୍କ ମନ୍ଦିର ଯାଇଥିବା ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଧିଷ୍ଟ ମୁଖ୍ଯ ଯାତାୟାତ ରାସ୍ତା ପାର୍ଶ୍ବରେ ଗୋଟିଏ ସ୍ଥାୟୀ ମୁଖ୍ଯ ତରଣ କରିବା ପାଇଁ ଶ୍ରଦ୍ଧାଳୁମାନେ ଆଗ୍ରହ ପ୍ରକାଶ କରିଛନ୍ତି। ଏତେବଡ଼ ମୁଖ୍ଯ ତରଣ କରିବା ପାଇଁ ଅର୍ଥ ସହାୟତାର ଆବଶ୍ଯକତା ରହିଛି। ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆଗ୍ରହ କରନ୍ତି, ତେବେ ସୁରୁଖୁରୁରେ ମହାଦେବଙ୍କ ମନ୍ଦିର ରାସ୍ତା ପାର୍ଶ୍ବରେ ମୁଖ୍ଯ ତରଣ କରିବା ସମ୍ଭବ ହୋଇପାରିବ। ସେହି ବିଷୟକୁ ଦରଖାସ୍ତ କରି ପ୍ରଦାନ କରିଛି। ମୋର ସମୟ ନାହିଁ କି ବୟସ ମଧ୍ଯ ନାହିଁ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭୂବନେଶ୍ୱର ଯାଇ ସାକ୍ଷାତ କରି ଏତେ ବିଷୟ ବର୍ଣ୍ଣନା କରିବା ପାଇଁ। ତଥାପି ଆମମାନଙ୍କର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଯଥେଷ୍ଟ ଭରସା ଓ ବିଶ୍ବାସ ରହିଛି, ଏହି ଦରଖାସ୍ତ ପାଇ ନିଶ୍ଚିତ ଭାବରେ ମହାଦେବଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ଯ ତରଣ କରିବା ପାଇଁ ଆବଶ୍ଯକ ସହାୟତା ପ୍ରଦାନ କରିବେ। ମୋହିନୀ ମୋହନ ମିଶ୍ର ନନାଙ୍କ ଠାରୁ ଏତିକି ବାଣୀ ଶୁଣି ମୁଁ, କହିଲି ନନା ଏପରି ମହାନ୍ କାର୍ଯ୍ୟ ଓ ମହତ୍ବପୂର୍ଣ୍ଣ ଉଦ୍ୟମକୁ ସର୍ବସାଧାରଣ ନାଗରିକ ଜାଣିବା ନିତାନ୍ତ ଜରୁରୀ। ତାପରେ ନନାଙ୍କ ଠାରୁ ଦରଖାସ୍ତର ନକଲ ସଂଗ୍ରହ କରିବା ସହିତ ତାଙ୍କର ଗୋଟିଏ ଫୋଟ ଉଠାଇଲି।

କେନ୍ଦୁଝର ରୁ ପୁରୁଷୋତ୍ତମ ପାତ୍ର ଙ୍କ ରିପୋର୍ଟ, ମୋବାଇଲ: ୮୪୫୬୦୫୨୮୭୬

16
878 views