
ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଚକ୍ଷୁ ପରୀକ୍ଷଣ ତାଲିମ ଶିବିର ଅନୁଷ୍ଠିତ, ଦଶମନ୍ତପୁର ବ୍ଳକ, କୋରାପୁଟ, ଓଡିଶା,ତା୮/୧୨/୨୫(ସୋମବାର)
ଦଶମନ୍ତପୁର ବ୍ଲକରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚକ୍ଷୁ ପରୀକ୍ଷା ତାଲିମ
ଦାମନଯୋଡ଼ି,୦୮/୧୨:ଦଶମନ୍ତପୁର ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରାଜ୍ୟ ସରକାରଙ୍କ 'ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା'ରେ ତାଲିମ ପ୍ରଦାନ କରାଯାଇଛି।ସୋମବାର ଅନୁଷ୍ଠିତ ପ୍ରତି ସ୍କୁଲରୁ ଜଣେ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କର କିପରି ଦୃଷ୍ଟିଦୋଷ ପରୀକ୍ଷା କରିବେ ଓ ରିପୋର୍ଟ ପ୍ରଦାନ କରିବେ ସେ ବିଷୟରେ ତାଲିମ ନେଇଥିଲେ।ଦଶମନ୍ତପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ପୋଡ଼ାଗଡ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମକୁ ଦଶମନ୍ତପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆୟୋଜନ କରିଥିଲେ।ବିଇଓ ଅଭିଷେକ ଭୁଏଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏବିଇଓ ସୁନାଧର ସାଗର ଓ ଏବିଇଓ ତଥା ବିଆରସିସି ମନ୍ମଥ ମାଣ୍ଡିଙ୍ଗି ଉପସ୍ଥିତ ଥିଲେ।ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚକ୍ଷୁ ଚିକିତ୍ସା ଅଧିକାରୀ ବିଜୟ କୁମାର ଆଚାର୍ଯ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରିଥିଲେ।ବିଆରପି ସଦାଶିବ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପିଏଚଇଓ ଜୟରାମ ବିଷୋୟୀ,ସିଆରସିସି ମଧୁସୂଦନ ପାତ୍ର,ଅମିତ ତୁରୁକ,ଏମ ସୁରେଶ କୁମାର ଓ ଫକୀର ବାରିକ,ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମି ମାଣ୍ଡି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।ଉଲ୍ଲେଖଯୋଗ୍ୟ ସରକାରଙ୍କ ଏହି ଯୋଜନାରେ ଶିକ୍ଷକ ଶିକ୍ଷୟିତ୍ରୀ ନିଜନିଜ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରାରମ୍ଭିକ ଚକ୍ଷୁ ପରୀକ୍ଷା କରି ଦୃଷ୍ଟି ଦୋଷ ଓ ଚକ୍ଷୁରୋଗ ସନ୍ଦେହ ଥିବା ପିଲାଙ୍କ ତଥ୍ୟ ବିଇଓଙ୍କୁ ଦେବା ପରେ ଆବଶ୍ୟକତା ଅନୁସାରେ ବ୍ଲକ ସ୍ତରୀୟ ଶିବିର କରାଯାଇ ଚଷମା ପରୀକ୍ଷା,ଚିକିତ୍ସା ଓ ଜଟିଳ ରୋଗୀଙ୍କୁ ରେଫର୍ କରାଯିବା ବ୍ୟବସ୍ଥା ରହିଛି।ଦୃଷ୍ଟି ଦୋଷ ଥିବା ପିଲାଙ୍କୁ ମାଗଣା ଚଷମା ପ୍ରଦାନ ସହ ଅନ୍ୟ ଚକ୍ଷୁରୋଗ ଭୋଗୁଥିବା ପିଲାଙ୍କ ମାଗଣାରେ ଉଚ୍ଚତର ଚିକିତ୍ସା ବ୍ୟବସ୍ଥା ରହିଛି।ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ,ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକର�