logo

ଅପରାଧୀ ଙ୍କୁ ଗିରଫ କରି ମାଡ଼ ମାଡ଼ ଖାଇଥିବା ପରିବାରଙ୍କୁ ନ୍ୟାୟ ଦେବା ପ୍ରତିବାଦ ରେ ରସ୍ତା ରୋକ l

ଅନୁଗୋଳ (କରୁଣାକର ନାୟକ)7/12
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅଂଚଳ କୃତିବାସପୁର ପଂଚାୟତ ର କୃତିବାସପୁର ଗ୍ରାମରେ ଦେଖିବାକୁ ଅଭାବନୀୟ ଘଟଣା l ସୂଚନା ନେବାରେ ଜଣାଯାଏ କି ମୌଜା କୃତିବାସପୁର ଖାତା ନଂ 21 ପଟ୍ଟାଦାର ଦ୍ରୌପଦୀ ରଣା, ସରସ୍ବତୀ ରଣା, ସୁମିତ୍ରା ରଣା ମୋଟ ଏରିଆ 5 ଏକର 10 ଡେସିମିଲି ଭୁସମ୍ପତି l ଉକ୍ତ ଖାତା ର 691 ପ୍ଲଟ ରେ ଦୀର୍ଘ 50 ବର୍ଷ ହେବ ସୁମିତ୍ରା ରଣା ସ୍ଥାୟୀ ଘରକରି ବସବାସ କରିଆସୁଛନ୍ତି l ଦୁଃଖର ବିଷୟ ସରସ୍ବତୀ ରଣା 691 ପ୍ଲଟ ର 1 ଏକର 70 ଡେସିମିଲ ଜାଗାକୁ ଚଞ୍ଚକତାର ସହିତ ଜରପଡା ଗ୍ରାମର ବସନ୍ତ କୁମାର ସାହୁ ପିତା ଲଛମନ ସାହୁ ଙ୍କୁ ବିକି ରେକର୍ଡ କରିଦେଇଛି l ସୁମିତ୍ରା ରଣା ର ପୁଅ ଛବି ରଣା ଘର କରିଥିବା ଆଗରେ ବସନ୍ତ କୁମାର ସାହୁ 3/4 ଗୋଟି ଗାଡି ଲଗାଇ ମାଟି ପକାଇବା ସମୟରେ ଛବି ରଣା ମନା କରିଥିଲେ l ଛବି ସାହୁ ମନା କରିବା ଫଳରେ ଯୋଜନା ବଦ୍ଧ ଭାବେ ବସନ୍ତ କୁମାର ସାହୁ, ସୁଶାନ୍ତସାହୁ( କାଳିଆ )ଓ ଲଚ୍ଛମନ ସାହୁ ମିଳିତ ଭାବରେ ଛବି ରଣା ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ l ମାଡ଼ ମରା କୁ ଦେଖି ଛବି ର ସ୍ତ୍ରୀ ଶୈଳବାଳା ରଣା ଘଟଣା ସ୍ଥଳକୁ ଦୌଡ଼ି ଆସି ଗଣ୍ଡଗୋଳ ବନ୍ଦ କରିବାକୁ କହିବା ସମୟରେ ଉତକ୍ଷିପ୍ତ ହୋଇ ସେହି ତିନିବ୍ୟକ୍ତି କୁ ଆକ୍ରମଣ କରି ରକ୍ତାକ୍ତ କରି ଲହୁଲୁହାଣ କରିଥିବା ଦେଖିବାକୁ ମିଳିଛି l କିଛି ସମୟ ପରେ ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚିଲା ବେଳକୁ ଆହତ ଛବି ରଣା ଓ ସ୍ତ୍ରୀ ଶୈଳବାଳା ରଣା ରାସ୍ତା ଉପରେ ମୁମୁର୍ଷ ଅବସ୍ଥାରେ ପଡିରହିଥିଲେ l ଗ୍ରାମବାସୀଙ୍କ ସହଯୋଗ ରେ ଆହତ ଦ୍ବୟ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ମାଧ୍ୟମ ରେ ଡାକ୍ତରଖାନା ପଠାଇ ତୁରନ୍ତ ଅପରାଧୀଙ୍କୁ ଗିରଫ କରି ମାଡ଼ ଖାଇ ଥିବା ପରିବାର ବର୍ଗଙ୍କୁ ନ୍ୟାୟ ଦେବା ପ୍ରତିବାଦ ରେ କୃତିବାସ ପୁର ଗ୍ରାମବାସୀ ଟାୟାର ଜାଳି ରାଜରାସ୍ତା କୁ ଅବରୋଧ କରିଥିଲେ l ରାସ୍ତା ଅବରୋଧ ର 4 ଘଣ୍ଟାପରେ ଠାକୁରଗଡ଼ ଥାନା ଅଧିକାରୀ ଶଶୀ ଭୂଷଣ ବେହେରା ପୋଲିସ ଷ୍ଠାପ ଧରି ଘଟଣା ସ୍ଥଳରେ ପହଂଚି ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିଥିଲେ l ଅପରାଧୀ ଜଣେ ବଡ଼ ନକଲି ମଦ ବ୍ୟବସାୟୀ, କାଠ ବ୍ୟବସାୟୀ, ଇଟା ବ୍ୟବସାୟୀ, ଗୋରୁ ଦଲାଲ ସାଜି କୋଟି କୋଟି ଟଙ୍କାର ମାଲିକ ସାଜି ଥାନା ଷ୍ଠାପ କୁ ମାସିକିଆ ଚାନ୍ଦା ଦେଇ ଏ ଅଂଚଳ ରେ ବିଶୃଙ୍ଖଳା କରୁଛି ବୋଲି ଅଞ୍ଚଳ ବାସି କହିବାକୁ ପଛଇନଥିଲେ l ଯେ ପର୍ଯ୍ୟନ୍ତ ପରାଧୀଙ୍କୁ ଗିରଫ କରା ନଯାଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନ କାରି ଜିଦ ଅଟଳ l କେଉଁ ନୀତିନିୟମ ଆଦର୍ଶ ରେ ତହସିଲଦାର ମହାଶୟ ତିନିଜଣ ହିତାଧିକାରୀ ଙ୍କୁ ନଜଣାଇ ଜଣଙ୍କ ନାମରେ ଜାଗା ରେକର୍ଡ କରି ଅନ୍ୟ ଜଣଙ୍କୁ ବିକ୍ରି କରି ସଂଗେ ସଂଗେ ରେକର୍ଡ କରାଯାଇଛି ତାହା ଅଂଚଳ ବାସି ବିସ୍ମିତ ହୋଇପଡିଛନ୍ତି l

198
5686 views