logo

କେନ୍ଦୁଝର ଯିବା ବୁଲି। ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।

କେନ୍ଦୁଝର ଯିବା ବୁଲି।

ନୀଳମଣି ଚାନ୍ଦ
ଜୁଡ଼ିଆ ଘାଟିରେ ତୁ
ଗୋନାସିକାରେ ଯେ ମୁଁ
ଶୂନଗାଡ଼ି ଚଢ଼ି ଆ
ଆସି ମୋତେ ଥରେ ଛୁଁ ।

ସାନଘାଗରାରେ ପାଣି
ଘଟଗାଁରେ ନାରିକେଳ
ହଦଗଡ଼ ଯିବା ବୁଲି
ମିଳିଲେ ଟିକିଏ ବେଳ ।

କୁଶଳେଶ୍ୱରରେ ମୁଁ
ଗୁଣ୍ଡିଚାଘାଗିରେ ତୁ
ଅଟେଇ ଜଙ୍ଗଲ ଯା'
ପବନ ବହିଲେ ସୁଉ ।

ଶୂନଶାନ୍ ରାଜଘାଟ
ନାଆ ଆଉ ଚାଲୁନାହିଁ
ମନ କିଆଁ ବଳୁନାହିଁ
ଚକ୍ରତୀର୍ଥ ଯିବା ପାଇଁ ।

କେନ୍ଦୁଝର ଯିବା ବୁଲି
ପୁରୁଣା ସେ ରାଜବାଟୀ
ଜାଗାବୁଲ ଆଉ ଦେଖ
କରନାହିଁ ଜମା ପାଟି ।

ପୁରୁଣିଆଁ, ଶାଳପଡ଼ା, ଆନନ୍ଦପୁର
କେନ୍ଦୁଝର, ମୋ:୯୫୮୩୨୦୨୩୫୭

11
607 views