logo

ଧୁମ୍ ଧାମରେ ପାଳନ ହେଲା ବାଲି ଓଷା, ନିଆଁରେ ଚାଲିଲେ ଦାସି।

ଧୁମ୍ ଧାମରେ ପାଳନ ହେଲା ବାଲି ଓଷା ,ନିଆଁରେ ଚାଲିଲେ ଦାସି।

ପାଟଣା:୫/୧୨, କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏଠାରେ ବାର ମାସରେ ତେର ପର୍ବ ସମସ୍ତେ ପ୍ରକୃତି ଉପାସକ ବିଭିନ୍ନ ନିଜସ୍ଵ ପୂଜା ପଦ୍ଧତିରେ ପୂଜା ପର୍ବାଣୀ ପାଳନ କରି ଆସୁଛନ୍ତି ତେବେ ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତର ଅନ୍ତର୍ଗତ କେନ୍ଦୁଆପଡା ଗ୍ରାମରେ କେଉଁ ଆବାହମାନ କାଳରୁ ଧାନ କଟା ସରିଲା ପରେ ବାଲି ଓଷା ପାଳିତ ହୋଇଆସୁଛି ଅତି ନିଷ୍ଠାର ସହ ଏହି ବାଲି ପୂଜା ଓଷା ରେ ଭକ୍ତମାନେ ଠାକୁରଙ୍କ ପାଖରେ ନଡ଼ିଆ, କଦଳୀ, ସେଓ, ଅଙ୍ଗୁର, ଡାଳିମ୍ବ, କୁକୁଡ଼ା , ବୋଦା, ଓ ଅନ୍ୟାନ୍ୟ ଭୋଗ ଅର୍ପଣ କରି ମାନସିକ କରିଥାନ୍ତି ୨ ଦିନ ଧରି ନାଚଗୀତ ଅନୁଷ୍ଠିତ ହୋଇଥାଏ । ବହୁତ ଦୂରଦୂରାନ୍ତରୁ ଭକ୍ତ ମାନେ ଆସି ଏହି ବାଲି ଓଷାରେ ଯୋଗ ଦେଇଥାନ୍ତି ମାନସିକ କରିଥିବା ଭକ୍ତମାନେ ଆସି ନିଆଁରେ ଚାଲିଥାନ୍ତି ଝିଅ ମାନଙ୍କ ପାଇଁ ରାତିରେ ନାଚ ଗୀତ ହୁଏ । ଆଗାମୀ ଦିନରେ ଏହି ବାଲି ଓଷା କୁ ଆହୁରି ବହୁତ ସୁନ୍ଦର ଭାବରେ ପାଳନ କରିବେ ବୋଲି କେନ୍ଦୁଆପଡା ଗ୍ରାମବାସୀମାନେ ସୂଚନା ଦେଇଛନ୍ତି ।

ସାମ୍ବାଦିକ ବିଜୟ ରତ୍ନ ପତି ଙ୍କ ରିପୋର୍ଟ, ମୋବାଇଲ:୯୪୩୯୨୧୧୧୭୮

21
700 views