୫୨୦ ଜାତିୟ ରାଜପଥ ର ପୃଥକ ସ୍ଥାନରେ ବାଇକ ଉପରେ ଚଢ଼ିଗଲା ଟ୍ରକ, ୪ ମୃତ!
୫୨୦ ଜାତିୟ ରାଜପଥ ର ପୃଥକ ସ୍ଥାନରେ ବାଇକ ଉପରେ ଚଢ଼ିଗଲା ଟ୍ରକ, ୪ ମୃତ! ଯୋଡ଼ା୦୫/୧୨/୨୫:କେନ୍ଦୁଝର ଜିଲ୍ଲା ର ଲାଇଫଲାଇନ କୁହାଯାଉଥିବା ୫୨୦ ନମ୍ବର ଜାତିୟ ରାଜପଥ ର ବଡ଼ବିଲ ତହସିଲ ଅଧୀନରେ ଦୁଇଟି ପୃଥଙ୍କ ସ୍ଥାନରେ ବାଇକ ଉପରେ ହାଇବା ଏବଂ ଟ୍ରୋଲର ଚଢ଼ିବାରୁ ୪ ଜଣ ମୃତ୍ୟୁ ହୋଇଛି।ସୂଚନା ମୁତାବକ ଶୁକ୍ରବାର ସନ୍ଧ୍ୟା ୬.୪୫ ପାଖା ପାଖି ରୁଗୁଡି ଥାନା ଅନ୍ତର୍ଗତ ଗନ୍ଧଲପଦା ନିକଟରେ କୋଇଡା ରୁ ନିଜ ଜନ୍ମ ଦିନ ପାଇଁ କେକ କିଣିକି ନିଜ ମୋଟରସାଇକେଲ ରେ ଘରକୁ ଫେରୁଥିବା ବେଳେ ଏକ ହାଇବା(OD14AF7328) ବାଇକ ଉପରେ ଚଢ଼ିଯାଇଥିଲା।ଜାହାଫଳରେ ଘଟଣା ସ୍ତଲରେ ହିଁ ତାଙ୍କର ମୃତ୍ୟ ହୋଇଛି।ମୃତକ ଜଣକ ଗୁଆଲି ଗୁଡା ସାହି ଅଞ୍ଚଳର ଧ୍ରୁବ ଚରଣ ନାଏକ ବୋଲି ଜଣା ପଡିଛି।ସେହିପରି ଯୋଡ଼ା ଥାନା ଅନ୍ତର୍ଗତ କଳାପାହାଡ଼ ନିକଟରେ ମୋଟର ସାଇକେଲ ରେ ୩ ଜଣ ଘରକୁ ଫେରୁଥିବା ବେଳେ ଏକ ଟ୍ରୋଲର (JH05BS6517 ) ଟି ବାଇକ ଉପରେ ଚଢ଼ି ଚମ୍ପଟ ମାରିଥିଲା।ତେବେ ଘଟଣା ସ୍ତଲରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଛି ।ଖବର ପାଇ ଘଟଣା ସ୍ଥଳରେ ଯୋଡ଼ା ପୋଲିସ ପହଞ୍ଚି ମୃତ ଶରୀର କୁ ଶବ ବ୍ୟବଛେଦ ପାଇଁ ନିକଟସ୍ଥ ଟାଟା ମେଡିକାଲ କୁ ପଠେଇଛନ୍ତି।ମୃତକ ମାନେ ହେଲେ ଯୋଡ଼ା ୧ ନମ୍ବର ୱାର୍ଡ ସ୍ତିତ ତାରିଣୀ ହୋଟିଂ ର ଶଙ୍କର ବାହାଦୂର(୪୫),ଟୁନୁ ପାତ୍ର ଏବଂ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ।କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ରିପୋର୍ଟ, ମୋବାଇଲ: 91141 59237